ଆସିକା ରାଜସ୍ୱ ବିଭାଗ ର ନାକ ତଳେ ଚାଲିଛି ଚୋରାରେ ବାଲି ଚାଲାଣ : ନିଘୋଡ଼ ନିଦରେ ପ୍ରଶାସନ…


ବ୍ରହ୍ମପୁର:୨୩-୮ ଆସିକା ରେ ଥିବା ବିଭିନ୍ନ ବାଲିଘାଟ ରେ ଚାଲିଥିବା ବେଆଇନ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମ ରେ ପ୍ରକାଶ ପରେ ବହୁ ବାଲି ଘାଟ ବନ୍ଦ ଅଛି। କିଛି ଦିନ ହେଲା ବିଜୁପଟ୍ଟନାୟକ ଛକ ନିକଟ ରେ ଥିବା ବଡ଼ ନଦୀ ନିକଟ ରେ ଲିଜ ନେଇଥିବା ଘାଟରୁ ବାଲି ନ ନେଇ ଅନ୍ୟ ସ୍ଥାନ ରୁ ବାଲି ସରକାର ଙ୍କ ସମସ୍ତ ନୀତିନିୟମ ଉଲଘ୍ନ କରି ଚାଲାଣ କୁରୁଥିଲେ ମଧ୍ୟ ତହସିଲଦାର ଙ୍କୁ କୁଆଡେ ସାଇଲେନ୍ସ- ପ୍ଲିଜ କରିଥିବା ଯୋଗୁଁ ସେ ଚୁପରହିବା କୁ ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଦିନ ରାତି ୨୪ ଘଣ୍ଟା ରେ ଜେ.ସି.ବି ମେସିନ ସାହାଯ୍ୟ ରେ ଜୟପୁର, ପଢ଼ାଳ,ନଳବଣ୍ଟା ଓ ମୁକୁନ୍ଦ ପୁର ରୁ ଅଞ୍ଚଳ ରୁ

ହାଇବା,ଟ୍ରକ ଓ ଟ୍ରାକ୍ଟର ରେ ଚୋରାରେ ବାଲି ଚାଲାଣ ହେଉଛି,ଏହିସବୁ ଅଞ୍ଚଳ ରେ ସରକାରୀ କାଗଜ ପତ୍ର ରେ କାହାରିକୁ ଲିଜ ଦିଆଯାଇ ନାହିଁ ତାହାହେଲେ ଏତେ ବଡ଼ ଚୋରା ବାଲି ଚାଲାଣ କୁ ରାଜସ୍ବ ବିଭାଗ ର ବିନା ଆଶୀର୍ବାଦ ରେ କଣ ଚାଲିଛି କି ବୋଲି ପରିବେଶ ବିତ୍ତ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ବାଲି ର ଚାହିଦା କୁ ଦେଖି ବାଲି ମାଫିଆ ମାନେ ମାତ୍ରାଧିକ ଦରରେ ବାଲି ବିକ୍ରି କରୁଛନ୍ତି, ଏପଟେ ସରକାର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆ ମାନେ ମୁଠା ମୁଠା ଟଙ୍କା ଆଦାୟ କରି ଜଣେ ଜଣେ କୁବେର ପାଲଟି ଛନ୍ତି ବୋଲି ସାଧରଣରେ ଆଲୋଚନା ହେଉଛି। ଖୋଦ ଗଞ୍ଜାମ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଏହି ସବୁ ବାଲି ଘାଟଗୁଡିକ ଉପରେ ଅଚାନକ ଚଢ଼ାଉ କରିଲେ ଆସିକା ରେ ଚାଲିଥିବା ଏହି ଚୋରା କାରବାର ର ଗୁମର ଖୋଲିବା ସହ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ବଢ଼ିବ ବୋଲି ସଚେତନ ମୋହଲ ରେ ଦାବୀ ହେଉଛି। ବିଜୁ ପଟ୍ଟନାୟକ ଛକରେ ଲାଗିଥିବା ସି ସି କେମେରା ଦେଖିଲେ ସବୁ ଗୁମର ଖୋଲିଯିବ ଦିନକୁକେତେ ଗାଡ଼ିରେ ବାଲି ଚୋରାରେ ଚାଲାଣ ହେଉଛି। ସେହି ସି ସି କେମେରା ହିଁ ବାଲି ମାଫିଆ ଙ୍କ ମୁକ ସାକ୍ଷୀ l ଜିଲ୍ଲା ପ୍ରଶାସନ ସେହି ସି ସି କେମେରା ଯଦି ଯାଞ୍ଚ ପରିସର ଭୁକ୍ତ କରାଯାଏ ତେବେ ଦୁର୍ନୀତି ର ପରଦା ଲୋକ ଲୋଚନ କୁ ଆସିପାରିବ ଓ ଆସିକା ତହସିଲ କର୍ମଚାରୀ ଙ୍କ ମୁଖା ଖୋଲିଯିବ ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.