ଚିକିଟୀ ଅଞ୍ଚଳକୁ ମରୁଡି ଘୋଷଣା ଦାବି

ଚିକିଟୀ : ଚିକିଟୀ ଅଞ୍ଚଳରେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ପ୍ରାୟ ଅଧିକାଂଶ ଅଞ୍ଚଳରେ ଚାଷ କାମରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଶ୍ରାବଣ ମାସ ଶେଷ ହେବାକୁ ଯାଉ ଥିବା ବେଳେ ଦାଉ ସାଧିଚି ଦଇବ। ଆଜି ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ବିଲ ଶୁଖିଲା ପଡି ରହିଥିବା ସହ ତଳି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଚିକିଟୀ ଇଲେକ୍ଟ୍ରି ଅଫିସ ଛକଠାରୁ ଏକ ବାହାରି ଚିକିଟୀ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବା ସହିତ ଚିକିଟୀ ଅଞ୍ଚଳକୁ ମରୁଡି ଘୋଷଣା କରିବା ପାଇଁ ଓ ବାହୁଦା ପ୍ରକଳ୍ପ ଉପର ଭାଗରେ ନିର୍ମାଣଧୀନ ମେଗା ପ୍ରକଳ୍ପ କୁ ବନ୍ଦ କରିବା ନେଇ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚିକିଟୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତହସିଲଦାର ବିଶ୍ୱ ରଞ୍ଜନ କଂହରଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ମୁତାବକ ବାହୁଦା କେନାଲ ର ବାମ ପାର୍ଶ୍ଵରେ ୩.୨୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇ ଆସୁଥିବା ବେଳେ ଡାହାଣ ପାର୍ଶ୍ଵରେ ୩.୩୦୦ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ ରଖାଯାଇ କେନାଲ ଖୋଳା ଯାଇଅଛି l

ଡାହାଣ ପାର୍ଶ୍ୱରେ ୨.୮,ବାମ ପାର୍ଶ୍ୱରେ ୨.୭୭ଘନ ଫୁଟ ଜଳ ନିଷ୍କାସନ ହୋଇ ଜଳସେଚନ ହେବା ପରିବର୍ତ୍ତେ ବର୍ତମାନ ଜଳ ସ୍ତର କମ ରହିଛି।ଏହାର ପ୍ରମୁଖ କାରଣ ମେଘା ପ୍ରକଳ୍ପ ,ଏହି ପ୍ରକଳ୍ପ କୁ ତୁରନ୍ତ ବନ୍ଦ କରିବାପାଇଁ ବିଜେପି ପକ୍ଷରୁ ଦାବୀ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଦେବଦତ୍ତ ପଣ୍ଡା, ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେଠି,, ସୁରଳ ମଣ୍ଡଳ ସଭାପତି ବାବାଜୀ ଓଡ଼ିଆ, ଚିକିଟୀ ମଣ୍ଡଳ ସଭାପତି ଅନନ୍ତରାମ ପାଣିଗ୍ରlହୀ ,ନୂଆପଡା ମଣ୍ଡଳ ସଭାପତି ଲିଙ୍ଗରାଜ ପଣ୍ଡା,ପିତାତଳି ମଣ୍ଡଳ ସଭାପତି ରେଣୁକିଶ୍ୱର ରେଡ୍ଡୀ,କୃଷଜ ମର୍ଚ୍ଚା ଭୀମସେନ ପାଣିଗ୍ରାହୀ, ସନ୍ଧ୍ୟରାଣୀ ପଣ୍ଡା, ଏସ ନାଗଭୁସନ, ଚାନ୍ଦପୁର ସରପଞ୍ଚ ଉପେନ୍ଦ୍ର ସେଠୀ, ସମିତି ସଭ୍ୟ ଅକ୍ଷୟ ସେଠୀ,କୋଟଲିଙ୍ଗି ସୂରିୟା ରେଡ୍ଡୀ, ମନ୍ମଥ ରାଓ, ତ୍ରିମୟ ପାଣିଗ୍ରାହୀ,ଦିଲ୍ଲୀପ ସାହୁ ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.