ଖଣ୍ଡପୀଠ କହିଛନ୍ତି ଯେ ୧୫ ବର୍ଷୀୟ ନାବାଳିକା ଅଭିଯୁକ୍ତଙ୍କ ପତ୍ନୀ ହୋଇଥିବାରୁ ଶାରୀରିକ ସମ୍ପର୍କ ସ୍ଥାପନକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ। ଏହା ସହିତ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ରାୟ ଦେବାର କୌଣସି ଭିତ୍ତିଭୂମି ନାହିଁ। ପୀଡିତା ଜଣାଇଛନ୍ତି ଯେ ସେ ୨୦୧୪ରେ ଅଭିଯୁକ୍ତଙ୍କୁ ବିବାହ କରିଥିଲେ।
ପୀଡିତାଙ୍କ ପିତାମାତା ବିବାହ ବିଷୟରେ ଜାଣି ନଥିଲେ। ଗର୍ଭବତୀ ହେବାପରେ ପୀଡିତାଙ୍କ ମା ନାବାଳିକାଙ୍କ ସହ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଥିବା ତାଙ୍କ ବିବୃତ୍ତିରେ ପୀଡିତା ଜଣାଇଛନ୍ତି ଯେ ବିବାହ ପୂର୍ବରୁ ଅଭିଯୁକ୍ତ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ନାବାଳିକାର ମାଆ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କ ବିନା ଅନୁମତିରେ ଅଭିଯୁକ୍ତକୁ ବିବାହ କରିଥିଲେ। ତେବେ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି |
Post Views: 6