ନିକଟରେ ଭାରକ-ଚୀନ୍ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କ ସହ ଭେଟ ହେଲେ ସୀମା ବିବାଦ ପ୍ରସଙ୍ଗ ଉଠାଇବେ କି ପ୍ରଧାନମନ୍ତ୍ରୀ ? କରୋନା ମହାମାରୀ ପାଇଁ ଗତ ୩ବର୍ଷ ହେବ ଭର୍ଚୁଆଲରେ ହୋଇଥିଲା ବ୍ରିକ୍ସ ସମ୍ମିଳନୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବୈଠକ ହେବ । ମୋଦି ‘ବ୍ରିକ୍ସ-ଆଫ୍ରିକା ଆଉଟରିଚ ଆଣ୍ଡ ବ୍ରିକ୍ସ ପ୍ଲସ ଡାଇଲଗ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଏହା ମୋଦିଙ୍କ ତୃତୀୟ ଦକ୍ଷିଣ ଆଫ୍ରିକା ଗସ୍ତ । ଜାତୀୟ ମୁଦ୍ରାରେ ବାଣିଜ୍ୟ କାରବାର ଉପରେ ଏଥର ବ୍ରିକ୍ସରେ ଫୋକସ କରାଯାଇଥିବା ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଛନ୍ତି ।
ବ୍ରିକ୍ସ ହେଉଛି ବିଶ୍ବ ଅର୍ଥନୀତିର ଏକ ଚତୁର୍ଥାଂଶ। ବିଶ୍ବର ୪୦ ପ୍ରତିଶତ ଲୋକ ବ୍ରିକ୍ସ ଦେଶରେ ବାସ କରନ୍ତି । ବ୍ରିକ୍ସରେ ସଦସ୍ୟ ରାଷ୍ଟ୍ର ଅଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ସଦସ୍ୟ ରାଷ୍ଟ୍ରକୁ ଛାଡ଼ି ଏଥର ଅନେକ ରାଷ୍ଟ୍ରକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ସମ୍ମିଳନୀ । ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ପରେ ଅଗଷ୍ଟ ୨୫ରେ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ।
Post Views: 6