ଶିକ୍ଷା ଓ ତାହାର ମୌଳିକତା ଉପରେ ଦୁଇଦିନିଆ ଯୁବ ସଚେତନତା ଶିବିର ଉଦ୍‌ଯାପିତ

ଫୁଲବାଣୀ: ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସାତୀ ଆନୁକୁଲ୍ୟରେ ଶିକ୍ଷା ଓ ତାହର ମୌଳିକତା ଉପରେ ଦୁଇ ଦିନିଆ ଯୁବ ସଚେତନତା କାର୍ଯ୍ୟକ୍ରମ, ସାତୀ ସମ୍ବଳ କେନ୍ଦ୍ର ବନ୍ଧଗଡ ଠାରେ ଆଜି ଉଦ୍‌ଯାପିତହୋଇଯାଇଅଛି । ଶିକ୍ଷାର ଅସିମିତ ପରିସର ଭିତରେ ଯୁବକ ମାନଙ୍କ ଭିତରେ ସମାଜ ପରିବର୍ତନ ଆଣିବାର ପ୍ରୟାସ ଏହି ଶିବିରର ମୂଳ ଲକ୍ଷ ଥିଲା । ଏହି ସଚେତନତା ଶିବିରର ମୁଖ୍ୟ ଆକର୍ଷଣ ଥିଲେ ପ୍ରଶିକ୍ଷକ ମେଡୁଲ ପାଂଚଲ, ଯେକି ଓଏସିସି ସଂସ୍ଥା, ଅହମଦାବାଦ ର ଅଟନ୍ତି । ସେ ପ୍ରତ୍ୟକ୍ଷ ଭାବରେ ଭାରତର ବିଭିନ୍ନ ଜାଗାରେ ଯୁବକ ମାନଙ୍କ ମଧ୍ୟରେ ପରିବର୍ତନ ଆଣିବାରେ ନିଜର ଅନୁଭୁତିକୁ ନେଇ ଏହି ଅଭିନବ ପ୍ରୟାସ ଜାରି ରଖିଛନ୍ତି । ପ୍ରଶିକ୍ଷକ ବିଭିନ୍ନ ସମୟରେ ଶିବିରାର୍ଥିଙ୍କ ଆତ୍ମ ବିଶ୍ୱାଶ ଓ ଲକ୍ଷକୁ ସୁଦୃଢ କରିବା ପାଇଁ ବିଭିନ୍ନ କୌଶଳ ଆପଣେଇ ଶିକ୍ଷା ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାର ସୟଂଶାସିତମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ସମେତ ବିଭିନ୍ନ ଗ୍ରାମରୁ ୪୦ ଜଣ ଯୁବକ ଓ ଯୁବତି ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅଂଶଗ୍ରହଣକାରୀ ବରିଷ୍ଠ ଅତିଥି ସୁବୋଧ ପଟ୍ଟନାୟକ ଯେକି ଏକାଧାରରେ ନାଟ୍ୟ ଚେତନାର ପ୍ରତିଷ୍ଠାତା ଓ ଜଣେ ପ୍ରକ୍ଷାତ ପ୍ରଥପ୍ରାନ୍ତ ନାଟକ ବିଶାରଦ, ଡା. ପ୍ରଣବ କୁମାର ମଣ୍ଡଳ, ପ୍ରଧ୍ୟାପକ, ଇଂରାଜୀ ବିଭାଗ, ରାମ କୃଷ୍ଣ ବିଶ୍ବବିଦ୍ୟାଳୟ, କୋଲକତା ଓ ମାନସି ହଳଦରଙ୍କ ସହିତ ଆଲୋଚନା ରଖିଥିଲେ । ରାତ୍ରି ରହଣି ସମୟରେ ଅଂଶଗ୍ରହଣ କାରି ଦେଶ, ରାଜ୍ୟ ଓ ସମାଜ ର ବିଭିନ୍ନ ସମସ୍ୟା ମୁଖ୍ୟ ପ୍ରଶିକ୍ଷକ ଙ୍କ ସହିତ ଆଲୋଚନା ରଖିଥିଲେ । ସୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡା.ସଞ୍ଜିବ ବଳିଆର ସିଂ, ଡା. ସୁନିଲ କୁମାର ଗୌଡ ଓ ସମ୍ବିତ କୁମାରମହାପାତ୍ର ଦୁଇ ଦିନ ଯୋଗଦେଇଥିବା ସ୍ଥଳେ ସ୍ୱାତିର ସଂପାଦକ ଇଂ ହରି ଶଙ୍କର ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଆଗାମି ଦିନରେ ସାତୀ ଯୁବକ ମାନଙ୍କୁ ନେଇ ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବୋଲି କହିଥିଲେ । କନ୍ଧମାଳରେ ଯୁବକ ଓ ଯୁବତୀ ମାନେ ନିଜର ସପ୍ନ କୁ ସାକାର କରିବା ପାଇଁ ଏଭଳି ଶିକ୍ଷାର ଆବଶ୍ୟକତା ଅଛି ବୋଲି କହିଥିଲେ । ସାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସାଇଁ, ଶଶମିତ ବେହେରା, ପ୍ରଦୀପ ସାହୁ, ଆନିସ ପ୍ରଧାନ ଓ ବିନୋଦ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.