ନବଜାତଙ୍କ ଶିରାରେ ପବନ ଏବଂ ଇନସୁଲିନ ଭରି ହତ୍ୟା କରିଥିଲେ ନର୍ସ…

tired-nurse-e1490758888270

୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର ଚେଷ୍ଟର୍ ହସ୍ପିଟାଲର ଜଣେ ନର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚେଷ୍ଟର୍ ହସ୍ପିଟାଲରେ କାମ କରୁଥିବା ନର୍ସ ଲୁସି ଲେଟବୀଙ୍କୁ ମାଞ୍ଚେଷ୍ଟର କ୍ରାଉନ କୋର୍ଟ ହତ୍ୟା ଏବଂ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗୀରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ନର୍ସଙ୍କୁ ଜଣେ ଭାରତୀୟ ବଂଶୋଦ୍ଭବ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରବି ଜୟରାମ ଧରା ପକାଇଦେଇଥିଲେ ।

ମହିଳା ନର୍ସ ଜଣକ ପିଲାଙ୍କୁ ମାରିବା ପାଇଁ ନବଜାତକଙ୍କ ଶିରାରେ ପବନ ଏବଂ ଇନସୁଲିନ ଦେଉଥିଲେ । ଏହାଛଡା ଅତ୍ୟଧିକ ମାତ୍ରାରେ କ୍ଷୀର ଏବଂ ତରଳ ପଦାର୍ଥ ଖାଇବାକୁ ଦେଇଥିଲେ । ଗତବର୍ଷ ଅକ୍ଟୋବରରୁ ମହିଳା ନର୍ସଙ୍କ ନାମରେ ମକଦ୍ଦମା ଚାଲିଥିଲା ।

ମାଞ୍ଚେଷ୍ଟର୍ କ୍ରାଉନ୍ କୋର୍ଟ ୩୩ ବର୍ଷୀୟ ଲୁସି ଲେଟବୀ ଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଦିନ ଏହି ଅଦାଲତ ତାଙ୍କୁ ଦଣ୍ଡାଦେଶ ଦେବେ।

ହସ୍ପିଟାଲ୍ର ପ୍ରସବ ୟୁନିଟରେ ୨୦୧୫ ଜୁନରୁ ୨୦୧୬ ଜୁନ୍ ମଧ୍ୟରେ କ୍ରମାଗତ ନବଜାତ ଶିଶୁ ମୃତ୍ୟୁ ଘଟିବାରୁ ନର୍ସ ଲୁସି ଲେଟବୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ଲୁସି ଅଗ୍ରାହ୍ୟ କରିଥିଲେ। ୨୦୧୭ରେ ଯାଇ ଡାକ୍ତରମାନଙ୍କ କଥାକୁ ବିଶ୍ବାସ କରି ସେମାନଙ୍କୁ ପୋଲିସରେ ଅଭିଯୋଗ କରିବାକୁ ଅନୁମତି ଦିଆଯାଇଥିଲା ।


Post Views: 6

nis-ad
Leave A Reply

Your email address will not be published.