ଭାରତରେ ବସ୍ତ୍ରର ଇତିହାସ ବହୁତ ପୁରୁଣା । ଗୁଗୁଲର ଏହି ଖାସ୍ ଡୁଡୁଲ ଭାରତୀୟ ଟେକ୍ସଟାଇଲର ବିଭିନ୍ନ କପଡା ଏବଂ ଡିଜାଇନକୁ ବର୍ଣ୍ଣନା କରିଛି । ଡୁଡଲ୍ ସହିତ ଗୁଗୁଲ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଭିନ୍ନ ଟେକ୍ସଟାଇଲ୍ ଆର୍ଟ୍ ଫର୍ମକୁ ସମ୍ମାନ ଦେଇ ଏକତା ପ୍ରଦର୍ଶନ କରିଛି । ଗୁଗୁଲର ଏହି ଡୁଡଲରେ ଓଡ଼ିଶାର ବାନ୍ଧକଳା ସମେତ ଗୁଜୁରାଟ କଚ୍ଚର ସ୍ୱତନ୍ତ୍ର ଏମ୍ବ୍ରୋଡୋରୀକୁ ସ୍ଥାନିତ କରାଯାଇଛି । ଚିତ୍ରରେ ହିମାଚଳ ପ୍ରଦେଶର ପଟ୍ଟୁ ବୁଣା, ପଶ୍ଚିମବଙ୍ଗର କାନ୍ତା ଏବଂ ଜାମଦାନୀ ବୁଣା, ଗୋଆର କୁନବୀ ବୁଣା, ଜାମ୍ମୁ କାଶ୍ମୀରର ପାଶ୍ମିନା କାନି ଟେକ୍ସଟାଇଲ୍, ଉତ୍ତରପ୍ରଦେଶର ବନାରସୀ ଡିଜାଇନ୍, ମହାରାଷ୍ଟ୍ରର ପ୍ରସିଦ୍ଧ ପୈଠନୀ ଡିଜାଇନ ଭଳି ବିଭିନ୍ନ ରାଜ୍ୟର ଡିଜାଇନ୍ ଅନ୍ତର୍ଭୁକ୍ତ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post