[ad_1]
ଗତକାଲି ବାର୍ ଗୁଡିକୁ କଡା ଚେତାବନୀ ଦେଇଥିଲା ଅବକାରୀ ବିଭାଗ । ରାଜଧାନୀର ସବୁ ବାର୍ ଗୁଡିକରେ ରେଡ୍ କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ । ଆହୁରି ମଧ୍ୟ କୁହାଯାଇଥିଲା ଯେ ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ । ଭୁବନେଶ୍ବରର ୧୮ଟି ବାରରେ ପ୍ରାୟ ୨୧୬ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ । ଯଦି ୨୧ ବର୍ଷରୁ କମ୍ ବୟସର ବାଳିକା ବାରରେ ନିୟୋଜିତ ହୋଇଥିବେ, ତେବେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରାଯିବା ଆବଶ୍ୟକ । ନଚେତ୍ ଡ୍ୟାନ୍ସ ବାର ସିଲ୍ କରାଯିବା ବୋଲି କୁହାଯାଇଥିଲା ।
[ad_2]