୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସିଲା ଆମେରିକୀୟ ବିମାନ

[ad_1]

Capture-14-750x430

ନୂଆଦିଲ୍ଲୀ: ଆମେରିକାନ୍‌ ଏୟାରଲାଇନ୍‌ସର ଫ୍ଲୋରିଡା ଅଭିମୁଖେ ଯାଉଥିବା ଏକ ବିମାନ ୩ ମିନିଟ୍‌ ମଧ୍ୟରେ ୧୫,୦୦୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲା। ଫକ୍ସ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାନ୍‌ ଏୟାରଲାଇନ୍‌ସ ବିମାନ ୫୯୧୬ ଆମେରିକାର ଚାର୍ଲୋଟ, ନର୍ଥ କାରୋଲିନାରୁ ଫ୍ଲୋରିଡାର ଗେନେସ୍‌ଭିଲ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଉଡାଣ ଭରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ବିମାନର କ୍ୟାପ୍‌ଟେନ୍‌ ‘ସମ୍ଭାବ୍ୟ ଚାପ ଜନିତ ସମସ୍ୟା’ ବିଷୟରେ ସୂଚନା ଦେବା ପରେ ଏହି ଘଟଣା ଯାତ୍ରୀମାନଙ୍କୁ ସ୍ତବ୍ଧ କରିଦେଇଥିଲା।
ସଂପୃକ୍ତ ବିମାନରେ ଥିବା ଜଣେ ଯାତ୍ରୀ ତଥା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ହେରିସନ୍‌ ହୋଭ ସୋସିଆଲ ମିଡିଆରେ ଏହି ‘ଭୟାନକ’ ଘଟଣା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଭୟାନକ ଥିଲା। ସେ ସମୟରେ ବିମାନ ଭିତରର ସ୍ଥିତି ଏବଂ ଯାତ୍ରୀମାନଙ୍କ ଅବସ୍ଥା ଯାହାଥିଲା ତାକୁ ଫଟୋରେ କଏଦ କରାଯାଇପାରିବ ନାହିଁ। ତେବେ ସେ ସେୟାର କରାଯାଇଥିବା ଫଟୋରେ ବିମାନରେ ଅକ୍ସିଜେନ ମାସ୍କ ଝୁଲୁଥିବା ବେଳେ ତାଙ୍କ ସମେତ ଅନେକ ଯାତ୍ରୀ ଏହାର ସାହାଯ୍ୟରେ ନିଶ୍ୱାସ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
‘ମୁଁ ବହୁତ ବିମାନ ଯାତ୍ରା କରିଛି। ତେବେ, ଏ ଅନୁଭୂତି ଅତ୍ୟନ୍ତ ଭୟଙ୍କର ଥିଲା। ହେଲେ, ପରିସ୍ଥିତିକୁ ଯେମିତି ଆୟତ୍ତ କରାଗଲା, ସେଥିପାଇଁ ଆମର ଚମତ୍କାର ଫ୍ଲାଇଟ୍‌ କ୍ରୁ- କେବିନ୍‌ ଷ୍ଟାଫ୍‌ ଏବଂ ପାଇଲଟ୍‌ମାନଙ୍କ ଅଭିନନ୍ଦନ। ଏତେ ସବୁ ସତ୍ତ୍ୱେ ନିରାପଦରେ ଅକ୍ଷତ ଅବସ୍ଥାରେ ଅବତରଣ କରି ଭଲ ଲାଗୁଛି’ ବୋଲି ସେ ଲେଖିଛନ୍ତି।
ଫ୍ଲାଇଟ୍‌ ଆଓ୍ଵାର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧୧ ମିନିଟ୍‌ ମଧ୍ୟରେ ବିମାନଟି ପ୍ରାୟ ୨୦,୦୦୦ ଫୁଟ୍‌ ତଳକୁ ଖସି ଯାଇଥିଲା। ଯାତ୍ରାର ୪୩ ମିନିଟ୍‌ ପରେ ବିମାନଟି ୬ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ୧୮,୬୦୦ ଫୁଟ୍‌ ତଳକୁ ଓହ୍ଲାଇଥିଲା।
ଅନ୍ୟ ଏକ ଟ୍ଵିଟ୍‌ରେ ହୋଭ୍‌ କହିଛନ୍ତି, ‘ଆମ ଉଚ୍ଚତାକୁ ତୁରନ୍ତ ହ୍ରାସ କରିବା ପାଇଁ ୱିଙ୍ଗ ଫ୍ଲାପ୍‌ ବାହାରି ଆସିଥିଲା ଯାହା ଦ୍ୱାରା ଅଧିକ ଅମ୍ଳଜାନ ରହିବ। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଭୟଙ୍କର ଥିଲା କିନ୍ତୁ ଠିକ୍‌ ଥିଲା’।
ଅନ୍ୟପକ୍ଷରେ ଆମେରିକାନ୍‌ ଏୟାରଲାଇନ୍‌ସ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ବିବୃତ୍ତିରେ କହିଛି ଯେ ଚାପ ଜନିତ ସମସ୍ୟା କାରଣରୁ କର୍ମଚାରୀମାନେ ସୁରକ୍ଷିତ ଭାବରେ କମ୍‌ ଉଚ୍ଚତାରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଡମଣ୍ଟ ଏୟାରଲାଇନ୍‌ସ ଦ୍ୱାରା ପରିଚାଳିତ ଆମେରିକାନ୍‌ ଇଗଲ ବିମାନ ୫୯୧୬ ଶାର୍ଲୋଟ (ସିଏଲଟି)ରୁ ଫ୍ଲୋରିଡାର ଗେନେସ୍‌ଭିଲ୍‌ (ଜିଏନଭି) ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ମଝି ଆକାଶରେ ଥିବା ସମୟରେ କ୍ରୁ- ସଦସ୍ୟମାନେ ସମ୍ଭାବ୍ୟ ଚାପ ଜନିତ ସମସ୍ୟାର ସଙ୍କେତ ପାଇଥିଲେ ଏବଂ ତୁରନ୍ତ ସୁରକ୍ଷିତ ଭାବରେ ନିମ୍ନ ଉଚ୍ଚତାକୁ ଓହ୍ଲାଇଥିଲେ। କୌଣସି ଅସୁବିଧା ପାଇଁ ଆମେ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ ଏବଂ ସେମାନଙ୍କ ପେସାଦାରତା ପାଇଁ ଆମ ଟିମ୍‌କୁ ଧନ୍ୟବାଦ ଜଣାଉଛୁ ବୋଲି ଜଣେ ପ୍ରବକ୍ତା କହିଛନ୍ତି।

[ad_2]

nis-ad
Leave A Reply

Your email address will not be published.