ତପନ କୁମାର ନାହାକଙ୍କୁ ନିଲମ୍ବିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ଫୁଲବାଣୀ : ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ତପନ ନାହାକଙ୍କୁ ନିଲମ୍ବିତ କଲେ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । କର୍ତ୍ତବ୍ୟରେ ଅବହେଳା ସାଙ୍ଗକୁ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲି ଯାଇଥବା ଯୋଗୁଁ ଡିଜିପି ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ତେବେ ଫିରିଙ୍ଗିଆ ଥାନା ଯୋଡ଼ି ଘଟଣା ପରେ ତାଙ୍କୁ କନ୍ଧମାଳ ଏସପି ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ଏବଂ ଗତକାଲି ତାଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବିତ ଆଇଆଇସି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥ‌ିବା ନେଇ ପୂର୍ବରୁ ଅଭିଯୋଗ ହେଇ ଆସୁଥିଲା । ସୂଚନା ଥାଉ କି, ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ବରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ
ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀ ଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥ‌ିବାରୁ ଫିରିଙ୍ଗିଆ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ପରେ ଥାନାରେ ନିଆଁ ଲାଗିଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.