ନିଜ ପୁଅର ହତ୍ୟାକାରୀ ମଦ୍ୟପ ବାପା…

ଉମରକୋଟ ( ୧୦/୦୮) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଖାନଡା ପଞ୍ଚାଏତ ଅନ୍ତର୍ଗତ ଡିଏନକେ ୧୨ ନମ୍ବର ଖାନଡା ଗ୍ରାମରେ ବିଗତ କାଲି ରାତି ଅନୁମାନିକ ପ୍ରାୟ ଘ୧୦.୪୫ ମିନିଟ ସମୟରେ ଏକ ଅଭାବୀନୀୟ ଘଟଣା ଘଟି ଯାଇଛି l ସୂଚନା ପ୍ରକାରେ ସେହି ଗ୍ରାମର ବିପୁଳ ରାୟ ବୟସ (୪୮) ମଦ୍ୟପ ଅବସ୍ଥାରେ ଘରକୁ ଆସିଥିଲେ ତାର କିଛି ସମୟ ପରେ ନିଜ ସାନ ପୁଅ ସମିରଣ ରାୟ ବୟସ ( ୨୬) ଘରେ ପଶିବାକ୍ଷଣି ବାବା କୁଆଡେ ଯାଇଥିଲୁ କହି କଳି କରିବା ଆରମ୍ଭ କରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବାବା ସଂଗରେ ଯୁକ୍ତିତର୍କ କରୁଥିଲେ | ଏହି ଯୁକ୍ତିତର୍କ ଏତେ ଉଗ୍ର ରୁପ ଧାରଣ କରିଥିଲା ଯେ, ପୁଅ ଏକ କୁକୁଡ଼ା କାଟିବା ଛୁରୀ ଧରି ବାବାଙ୍କ ଆକ୍ରମଣ କରିବା ପାଇଁ ଅଗ୍ରସର ହେବାବେଳେ ବାବା ପାଖରେ ପଡ଼ିଥିବା ଏକ କୋଦାଳ ଧରି ପୁଅକୁ ଆକ୍ରମଣ କରିଥିଲେ ଏବଂ ପୁଅ ମାରିବା ଆଗରୁ ବାବା କୋଦାଳରେ ପୁଅର ବେକ ପାଖରେ ଜୋରରେ ଆଘାତ କରିବା ଦ୍ଵାରା ପୁଅ ସମିରଣ ତଳେ ପଡ଼ି ମୃତ୍ୟୁ ବରନ କରିଥିଲେ |

ଏହା ଦେଖି ବାବା କାଳ ବିଳମ୍ବ ନ କରି ନିକଟସ୍ତ ଉମରକୋଟ ଥାନାରେ ଯାଇ ଆତ୍ମସମର୍ପଣ ହେଲା l ସବୁ ଘଟଣା ବିସ୍ତାରିତ ଶୁଣିବା ପରେ ଉମରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗବିନ୍ଦ ଚନ୍ଦ୍ର ବୁରୁଦା ଓ ଏସଡିପିଓ ଶ୍ରୀ ଶୁଭେନ୍ଦୁ କୁମାର ସବର ଓ ସାଇଣ୍ଟିଫିକ ଟିମ ସହିତ ସଦଳ ବଳେ ଘଟଣା ସ୍ଥାନରେ ଯାଇ ଲାସକୁ ଜବତ କରି ପଞ୍ଚନାମା ପାଇଁ ପଠାଇ କେଶ ନମ୍ବର ୨୦୫ (୧୦/୦୮/୨୦୨୩) ସେକ୍ସନ ୩୦୨ ଆଇପିସିରେ ରୁଜୁ କରି ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଅନୁସନ୍ଧାନ କରୁଛନ୍ତି | ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ଲୋକ ଲୋଚନକୁ ଆସିବ, ଗ୍ରାମ ବାସୀଙ୍କ କହିବା କଥା l ଉଲ୍ଲେଖ ଥାଉ କି ସେହି ଡିଏନକେ ବାର ନମ୍ବର ଖାନଡା ଗ୍ରାମର ବିଶେଷ ବିଶେଷ ଭଦ୍ର ବ୍ୟକ୍ତିଙ୍କ କହିବା କଥା ବାପ ଏବଂ ପୁଅ ଦୁଇଜଣ ଯାକ ପ୍ରାୟ ଦିନ ମଦ ପିଅନ୍ତି l

nis-ad
Leave A Reply

Your email address will not be published.