ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ

ମାଲକାନଗିରି (୧୦/୦୮) : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଇ.ଏମ୍.ଏସ୍.ଟି ବିଦ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଓ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ସ୍ଵାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ସସ୍ମିତା ସାହୁ ମଞ୍ଚ ପରିଚାଳନା ଦାୟୀତ୍ଵ ନେଇଥିଲେ। ସମଗ୍ର ଜିଲ୍ଲାରେ ୫ ରୁ ୧୯ ବର୍ଷର ମୋଟ ୨ ଲକ୍ଷ ୪୪ ହଜାର ୩୯୧ ଜଣ ଓ ୨୦ ରୁ ୨୪ ବର୍ଷର ୨୯ ହଜାର ୧୮୧ ପ୍ରଜନନ କ୍ଷମ ମହିଳାଙ୍କୁ କୃମି ନାଶକ ଔଷଧ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ୧ ରୁ ୫ ବର୍ଷ ଶିଶୁମାନେ ସିରପ ଓ ୬ ବର୍ଷ ଠାରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ବଟିକା ଖାଇବାକୁ ଦିଆଯାଉଛି । ଯେଉଁମାନେ କୌଣସି କାରଣରୁ ୧୦ ତାରିଖ ଦିନ ଖାଇ ପାରିନାହାନ୍ତି ସେମାନେ ୧୭ ଅଗଷ୍ଟ ମପ୍ ଅପ ଦିବସ ଦିନ ଏହି ଔଷଧ ଖାଇପାରିବେ । ଏହି କୃମି ନାଶକ ବଟିକା ଓ ସିରାପ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଭୁଜବଳ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟଅଧିକାରୀ ଡ. ବ୍ରଜବନ୍ଧୁ ଦାଶ ଓ ଡ. ଧନେଶ୍ୱର ମହାପାତ୍ର ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ବଟିକା ସେବନର ଉପକାରିତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.