ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍, ୧୭୬୪ ଯାତ୍ରୀ କରିପାରିବେ ଯାତ୍ରା

ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍‌କୁ ମେମୁ ରେକ୍‌ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏହାଦ୍ୱାରା ବସିବା ଓ ଛିଡ଼ା ହୋଇ ଯାତ୍ରା କରିବା କ୍ଷମତା ବୃଦ୍ଧି ହେବା ସହ ସୁବିଧାରେ ଯାତ୍ରା, ପୂର୍ବ ଅପେକ୍ଷା ଟ୍ରେନର ଗତି ବୃଦ୍ଧି, ମେମୁ ରେକ୍‌ରେ ଉଭୟ ପାର୍ଶ୍ୱରେ ସ୍ୱୟଂଚାଳିତ ମୋଟର କୋଚ୍ ଥିବାରୁ ଇଞ୍ଜିନ ବଦଳାଇବାକୁ ପଡିବ ନାହିଁ। ସମୟ ପରିବର୍ତ୍ତନ ନକରି ଟ୍ରେନର ଆଇସିଏଫ୍ ରେକ୍‌କୁ ନୂତନ ୮ ଡବାର ୩ ଫେଜର ମେମୁ ରେକ୍‌ରେ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଏହି ରେଳରେ ଥିବା ୮ ଆଇସିଏଫ୍ କୋଚରେ ୭୭୦ଯାତ୍ରୀଙ୍କ କ୍ଷମତା ରହିଥିଲା। ଏବେ ମେମୁ ରେକ୍‌ରେ ପରିବର୍ତ୍ତନ ହେବା ପରେ ୧୭୬୪ ଯାତ୍ରୀ ଯାତ୍ରା କରିବେ। ଉଭୟ ବସିକି ଏବଂ ଛିଡା ହୋଇ ଏହି ସଂଖ୍ୟକ ଯାତ୍ରୀ ଯାତ୍ରା କରିପାରିବେ। ପ୍ରତି କୋଚ ମଧ୍ୟରେ ଷ୍ଟେସନ ନାମ ପ୍ରଦର୍ଶିତ ହେବା ସହ ଏଲଇଡି ଲାଇଟ ଏବଂ ଆଧୁନିକ ଶୌଚାଳୟ ବ୍ୟବସ୍ଥା ରହିଛି।

nis-ad
Leave A Reply

Your email address will not be published.