ନାରୀ ଅସଦାଚରଣ କଲେ ମିଳିବନି ସରକାରୀ ଚାକିରି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଘୋଷଣା

ଜୟପୁର : ରାଜସ୍ଥାନରେ ନାରୀମାନଙ୍କୁ ଅସଦାଚରଣ କରୁଥିବା ଅପରାଧୀମାନଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ। ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କର ଚରିତ୍ର ପ୍ରମାଣପତ୍ରରେ ଲେଖାଯିବ ଯେ ସେମାନେ ଅସଦାଚରଣରେ ସମ୍ପୃକ୍ତ ଅଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ସରକାରଙ୍କ ସୂଚନା ଅନୁସାରେ ଦୁଷ୍କର୍ମ, ଅସଦାଚରଣ ଆଦି ଅପରାଧରେ ଅଭିଯୁକ୍ତଙ୍କୁ ସରକାରୀ ଚାକିରିରୁ ନିଷିଦ୍ଧ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅପରାଧୀଙ୍କ ତାଲିକା ଭଳି ଥାନାରେ ନାରୀ ଅସଦାଚରଣକାରୀଙ୍କ ରେକର୍ଡ ମଧ୍ୟ ରଖାଯିବ। ରାଜ୍ୟ ସରକାର/ ପୁଲିସ ଜାରି କରିଥିବା ସେମାନଙ୍କ ଚରିତ୍ର ପ୍ରମାଣପତ୍ରରେ ଲେଖାଯିବ ଯେ ଏହି ଲୋକମାନେ ଅସଦାଚରଣ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଏଭଳି ଅସାମାଜିକ ତତ୍ତ୍ୱଙ୍କୁ ସାମାଜିକ ବହିଷ୍କାର କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗ୍ରାମୀଣ ଓ ସହରାଞ୍ଚଳ ଅଲିମ୍ପିକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗଲହୋଟ ନାରୀ ଓ ଶିଶୁମାନଙ୍କୁ ଅସଦାଚରଣ କରୁଥିବା ଲୋକମାନଙ୍କ କଥା ଉଠାଇଥିଲେ । ସେ କହିଥିଲେ, ଏପରି ଅସାମାଜିକ ଯୁବକମାନଙ୍କ ତାଲିକା ଆରପିଏସସି ( ରାଜସ୍ଥାନ ଲୋକସେବା ଆୟୋଗ) ଏବଂ ଷ୍ଟାଫ୍ ସିଲେକ୍ସନ ବୋର୍ଡକୁ ପଠାଇବୁ ଯେପରିକି ସେମାନେ ସରକାରୀ ଚାକିରି ପାଇପାରିବେ ନାହିଁ । ଯଦି କେହି ସରକାରୀ ଚାକିରି ପାଇଁ ଆବେଦନ କରନ୍ତି, ତେବେ ରେକର୍ଡ ମେଳନ କରିବା ପରେ ତାଙ୍କ ଆବେଦନ ଖାରଜ ହୋଇଯିବ।

nis-ad
Leave A Reply

Your email address will not be published.