5T ଅଧୀନରେ ଶିକ୍ଷା ବିଭାଗ, ସୁଧରୁନି ବ୍ୟବସ୍ଥା ଜାଗା ଅଭାବରୁ ଚାଉଳ ବସ୍ତାଉପରେ ବସି ପଢୁଛନ୍ତି ପାଠ !

ମାଲକାନଗିରି ଚିତ୍ରକୋଣ୍ଡା : ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଇ 5T କୁ ନିଜ ଅଧୀନ କୁ ନେବା ସହ ଶିକ୍ଷା ଓ ଶିକ୍ଷା ଭିତ୍ତି ଭୁମିର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରେ ଆଜିବି ଏହିଭଳି ଅବହେଳିତ ବିଦ୍ୟାଳୟଟିଏ ଅଛି ଯେଊଁଠି ଆବଶ୍ୟକ ଶ୍ରେଣିଗୃହ ନଥିବାରୁ ଭଙ୍ଗା ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା ।
ତାହା ହେଉଛି ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଭୁକ୍ତ ଟନେଲକ୍ୟାମ୍ପ ପଞ୍ଚାୟତର ଟନେଲକ୍ୟାମ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। କ୍ଲାସ ରୁମରେ ଚାଲିଛି ପିଲାଙ୍କ ପାଠପଢା । ପିଲାବି ମନଦେଇ ପାଠ ପଢୁଛନ୍ତି । ହେଲେ ଯେଉଁ ଶ୍ରେଣୀଗୃହରେ ପିଲାଙ୍କ ପାଠପଢା ଚାଲିଛି ଏବେ ସେଇ କୋଠରୀର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଛାତରୁ ପାଣି ଗଳୁ ଥିବା ବେଳେ କାନ୍ଥ ଗୁଡ଼ିକରେ ଉଈ ଘରା। ଶ୍ରେଣି କୋଠରୀ ନଥିବାରୁ ପାଞ୍ଚଟି ଶ୍ରେଣୀର ଛୁଆଙ୍କ ଗୋଟାଏ କ୍ଲାସ ରେ ଚାଲିଛି ପାଠପଢା । ଶ୍ରେଣି କୋଠରୀର ଭିତରେ mdm ଚାଉଳ, ହଣ୍ଡା ଦେକଚି,ଖେଳ ସାମଗ୍ରୀ ଇତ୍ୟାଦିର ଭରପୁର। ଶ୍ରେଣୀ ଗୃହ ରେ ଜାଗା ଅଭାବ ଥିବାରୁ କିଏ ଚାଉଳ ବସ୍ତା ଉପରେ ବସୁଛି ଆଉ କିଏ ସ୍କୁଲ ବାରଣ୍ଡାରେ ବସୁଛି l ୪୨ ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ ମାତ୍ର ଶିକ୍ଷୟତ୍ରୀ।
ଛାତ୍ର ଛାତ୍ରୀ ଓ ଅଭଭାବକଙ୍କ ଅଭିଯୋଗ ଦୀର୍ଘ ଦିନ ଧରି ପ୍ରଶାସନ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ସୁଧା କୌଣସି ସୁଫଳ ମିଳିନାହିଁ । ଶିକ୍ଷୟତ୍ରୀ ଶକୁନ୍ତଳା ମାଝୀ ବିଇଓ, ଡିପିସି ଙ୍କୁ ଏହି ବାବଦରେ ଜଣାଇଛନ୍ତି କିଛି ଫଳପ୍ରଦ ହୋଇପାରି ନାହିଁ। ଛାତ୍ରୀ ନନ୍ଦିନୀ ଖିଲ କହୁଛନ୍ତି ଟନେଲକ୍ୟାମ୍ପ ସ୍କୁଲ ରେ ସୁବିଧା ନଥିବାରୁ ରାଜରାସ୍ତାରେ ଜଙ୍ଗଲ ମଧ୍ୟରେ ଦୁଇ କିଲୋମିଟର ଦୂର ବିଦ୍ୟାଳୟ କୁ ଯିବାକୁ ପଡେ଼ ଯାହାକି ଗାଡ଼ି ଘୋଡ଼ା ସହ ବନ୍ୟ ଜନ୍ତୁ ଭୟ ର ଆଶଙ୍କା ରହିଥାଏ l ଅବିଳମ୍ବେ ଜିଲା ପ୍ରଶାସନ ଉକ୍ତ ବିଦ୍ୟାଳୟ ର ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ କରିବାକୁ ଟନେଲକ୍ୟାମ୍ପ ଗ୍ରାମବାସି ଦାବି କରିଛନ୍ତି l

nis-ad
Leave A Reply

Your email address will not be published.