ରାଷ୍ଟୀୟଆଦିବାସୀ ଏକତା ପରିଷଦର ଭାରତ ବନ୍ଦକୁ ମିଳିଲା ଜନସାଧାରଣଙ୍କ ସମର୍ଥନ

ଫୁଲବାଣୀ : ସର୍ବ ଭାରତୀୟ ସ୍ତରରେ ଆଦିବାସୀ ଏକତା ପରିଷଦ ଦେଇଥିବା ବନ୍ଦ ଡାକରା କନ୍ଧମାଳ ଜ଼ିଲ୍ଲା ଆଦିବାସୀ ଏକତା ପରିଷଦ ମଧ୍ୟ ପୁର୍ଣ୍ଣ ସମର୍ଥନ କରି ବନ୍ଦର ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ, ଜିଲ୍ଲା ସଭାପତି ଦୟାନିଧି ମଲ୍ଲିକ, ରାଜ୍ୟ ପ୍ରଭାରୀ ଆଇନଜୀବୀ ପ୍ରଦୀପ କହଁରଙ୍କ ନେତୃତ୍ୱ ରେ ପ୍ରସ୍ତୁତି କରାଯାଥିଲା ଓ ପୂର୍ବ ପ୍ରସ୍ତୁତି ଅନୁସାରେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରକୁ ସମ୍ପୂର୍ଣ ବନ୍ଦ ନିମନ୍ତେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବଣିକ ସଙ୍ଘ, ସରକାରୀ ପ୍ରତିଷ୍ଠାନ, ଘରୋଇ ମଟର ମାଲିକ ସଙ୍ଘ ଅଟୋ ମାଲିକ ସଙ୍ଘ, ବିଦ୍ୟାଳୟ. ମହାବିଦ୍ୟାଳୟ, ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କୁ ଅନୁରୋଧ ପତ୍ର ଦିଆଯାଇଥିଲା ଫଳରେ ଆଜି ସକାଳ ଛଅ ଘଣ୍ଟାରୁ ଆଦିବାସୀ ଏକତା ପରିଷଦ ମହିଳା ମୋର୍ଚା ସଭାନେତ୍ରୀ ପୂର୍ବତନ ସରପଞ୍ଚ ଗୀତାଞ୍ଜଳି କହଁର,ଜିଲ୍ଲା ସଂଯୋଜକ ଭୁଦେବ କହଁର ଯୁବ ଆଦିବାସୀ ସଂଗଠକ ସମୀର ଘଟାଲ, ଗୋପାଳ କହଁର ଛାତ୍ର ନେତା ବିଜୟ ପଧାନ,ପ୍ରମୋଦ କହଁର , ମଞ୍ଜିତ ପଧାନ ସୌମ୍ୟ ରଞ୍ଜନ କହଁରଙ୍କ ନେତୃତ୍ୱ ଏବଂ ସର୍ବ ଭାରତୀୟ ଅନୁସୂଚିତ ଜାତି ଫେଡେରେସନ କନ୍ଧମାଳ ଜ଼ିଲ୍ଲା ଉପସଭାପତି ନିରଞ୍ଜନ ବେହେରା, ସାଧାରଣ ସମ୍ପାଦକ ଉଦ୍ଧବ ଦିଗାଲ ,ସହ ସମ୍ପାଦକ ପୂର୍ବତନ କାଉନସିଲର ଶିବଶଙ୍କର ସାହାଣୀ,ଜ଼ିଲ୍ଲା କୋଷାଧକ୍ଷ ଦିବାକର ଡିଗାଲ, ଦଳିତ ନେତା ତ୍ରିନାଥ ମାଝୀ, ପଙ୍କଜ ବେହେରା ପୂର୍ଣଚନ୍ଦ୍ର ବେହେରା, ପଛୁଆବର୍ଗ ଓ ବି ସି ନେତା ବିପ୍ରବର ସ୍ୱାଇଁ, ନିରଞ୍ଜନ ସାହୁ, ମହେଶ୍ୱର ମହାରଣା ପ୍ରମୁଖ ଙ୍କ ସହଯୋଗରେ ଫୁଲବାଣୀ ସହରରେ କଲେଜ ଛକ ଠାରୁ ଆରମ୍ଭ କରି ସାରା ସହରରେ ପିକେଟିଂ କରି ବନ୍ଦ କରିବାକୁ ଅନୁରୋଧ କରିଥିଲେ ଏବଂ ସମସ୍ତେ ନିଜ ଇଛା ରେ ଦୋକାନ ବଜାର ସ୍କୁଲ କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରି ବନ୍ଦକୁ ସମର୍ଥନ କରିଥିଲେ l ଏନ ଡି ଏ ଓ ବିଜେପି ସରକାର ଆଣୁ ଥିବା ୟୁ ସି ସି ଆଇନକୁ ବିରୋଧ,୧୯୮୦ମସିହାର ଆଦିବାସୀଙ୍କ ନିମନ୍ତେ ହେଇଥିବା ଜଙ୍ଗଲ ଜମି ଅଧିକାର ଆଇନ ଉଛେଦ ପ୍ରତିବାଦ, ମଣିପୁରରେ ଆଦିବାସୀ ମହିଳାଙ୍କୁ ଗଣଧର୍ଷଣ କରି ସେମାନଙ୍କୁ ରାଜରାସ୍ତାରେ ଉଲଗ୍ନ କରି ଚଲାଇବା ଓ ବିଜେପି ସରକାର ନୀରବତାକୁ ପ୍ରତିବାଦ, ତିନିମାସ ହେଲା ଦଂଗାକାରୀଙ୍କୁ ଦଣ୍ଡ ଦିଆ ନଯାଇ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ପ୍ରତିବାଦ ଏବଂ ଦେଶରେ ପେଟ୍ରୋଲ, ଡିଜେଲ, ଖାଦ୍ୟସମଗ୍ରୀ ଆକାଶ ଛୁଆଁ ଦର ବୃଦ୍ଧିର ପ୍ରତିବାଦ,ସରକାରୀ ଚାକିରୀ ଉଛେଦ କରି ଠିକା ଶ୍ରମିକ ନିଯୁକ୍ତିକୁ ବିରୋଧ କରି ଏହି ଭାରତ ବନ୍ଦ ବୋଲି ଆଦିବାସୀ ଏକତା ପରିଷଦର କାର୍ଯ୍ୟକର୍ତ୍ତା ମାନେ ମତ ବ୍ୟକ୍ତ କରିଥିଲେ ଏବଂ ବ୍ୟବସାୟ ପ୍ରତିଷ୍ଠାନ, ବଣିକ ସଂଘ,ଘରୋଇ ବସ ମାଲିକ ସଙ୍ଘ,ଅଟୋ ସଙ୍ଘ, ସରକାରୀ, ବେସରକାରୀ କର୍ମଚାରୀ, ଛାତ୍ର ଛାତ୍ରୀ,ଓ ଜନ ସାଧାରଣ ବନ୍ଦ ପାଳନକୁ ସମର୍ଥନ ଦେଇ ଥିବାରୁ ରାଷ୍ଟୀୟ ଆଦିବାସୀ ଏକତା ପରିଷଦ କନ୍ଧମାଳ ଶାଖା ସମସ୍ତଙ୍କୁ କୃତଜ୍ଞତା ଜଣେଇଛି l

nis-ad
Leave A Reply

Your email address will not be published.