ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନ ପଳାତକ ଘୋଷିତ

ପ୍ରୟାଗରାଜ: ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର ଆଗରେ ଏକ ନୋଟିସ ମରାଯାଇଛି । ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହା ସହିତ ଶାଇସ୍ତା ପରବୀନର ଘରକୁ ବି ପୁଲିସ ଜବତ କରିଛି । ତେବେ ଘରଟି ଅନ୍ୟଜଣେ ବ୍ୟକ୍ତିଙ୍କ ନାଁରେ ଥିବାବେଳେ ତାହାର କିଛି ଅଂଶ ପ୍ରଶାସନ ପକ୍ଷରୁ କିଛି ମାସ ତଳେ ଭାଙ୍ଗି ଦିଆଯାଇଥିଲା ।
ଗୋଟିଏ ପଟେ ଶାଇସ୍ତା ଫେରାର ଥିବାବେଳେ ତାହାର ସମ୍ପତ୍ତିକୁ ଗୋଟିକ ପରେ ଗୋଟିକୁ ବିକ୍ରି କରିବାରେ ଲାଗିଛି ତାର ଯା’ ଅର୍ଥାତ ଅତୀକର ସାନ ଭାଇ ଅସରଫର ପତ୍ନୀ ଜୈନବ ଫାତିମା ଓରଫ ରୁବି । ଅତୀକ ଓ ଅସରଫର ଘନିଷ୍ଠ ସମ୍ପର୍କ ଥିବାବେଳେ ଉଭୟଙ୍କ ପତ୍ନୀମାନଙ୍କ ମଧ୍ୟରେ ବିବାଦ ଥିଲା । ଏବେ ଶାଇସ୍ତା ଫେରାର ଥିବାବେଳେ ତାହାର ଫାଇଦା ଉଠାଉଛି ରୁବି ।
ସୂଚନା ଅନୁଯାୟୀ ଜୈନବ ଫାତିମା ଶାଇସ୍ତା ପରବୀନର ଅନୁପସ୍ଥିତିର ଫାଇଦା ନେଇ ଅତୀକର ସମ୍ପତ୍ତି ବିକ୍ରି କରିଚାଲିଛି । ଆତୀକର ଓକିଲ ବିଜୟ ମିଶ୍ର ଗିରଫ ହେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଅତିକ୍ ଅହମ୍ମଦଙ୍କ ବେନାମୀ ସମ୍ପତ୍ତିର ଡିଲ୍ ଲକ୍ଷ୍ନୌର ହୟାତ ହୋଟେଲରେ ହୋଇଥିଲା। ଜୈନବ ପ୍ରାୟ ୧୨ କୋଟି ଟଙ୍କା ନେଇ ବେନାମୀ ସମ୍ପତ୍ତି ବିକ୍ରି କରିଦେଇଛି ।

nis-ad
Leave A Reply

Your email address will not be published.