ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ମରାମତି ଆବଶ୍ୟକ କରୁଛି: ଏଏସଆଇ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୋମବାର ହାଇକୋର୍ଟରେ ଏହା କହିଛି। ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ପୁରୀ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଦିବିଷାଦ ଗଡ଼ନାୟକ ସତ୍ୟପାଠ ବାବଦରେ ଉଲ୍ଲେଖ କରି ଏହା କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଗଡ଼ନାୟକ କହିଛନ୍ତି, ଶ୍ରୀମନ୍ଦିର ବହୁ ପୁରୁଣା ହୋଇଯାଇଥିବା ବେଳେ ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ରତ୍ନଭଣ୍ଡାରର ସଂରକ୍ଷଣ କାମର ଆବଶ୍ୟକତା ରହିଛି। ୨୦୧୮ରେ ବାହାର ରତ୍ନଭଣ୍ଡାର ଯାଞ୍ଚ ବେଳେ କାନ୍ଥରୁ ଏକ ଫାଙ୍କା ଶବ୍ଦ ବାହାରିଥିଲା, କିଛି ପଥର ଖସି ପଡ଼ିଥିଲା, ପାଣି ମଧ୍ୟ ବାହାରିଥିଲା। ଭିତର ରତ୍ନଭଣ୍ଡାର କେବେ ଖୋଲିନାହିଁ।

ସୂଚନାଯୋଗ୍ୟ ଯେ ୨୦୨୪ ରଥଯାତ୍ରା ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ପାଇଁ ଅନୁମତି ଦେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି।

ଏଏସ୍ଆଇ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ ପାଇଁ ଅନୁମତି ମାଗିଥିବା ଚିଠିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଭିତର ରତ୍ନଭଣ୍ଡାର ଖୋଲିବା ଓ ମରାମତି କାମର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ମଧ୍ୟ ପରିଚାଳନା କମିଟି ରାଜି ହୋଇଛି।

nis-ad
Leave A Reply

Your email address will not be published.