ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଜଳେଶ୍ୱର: ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଏହି ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସ୍ତ୍ରୀ ମିଲି ପରିଡ଼ା। ଏହି ଘଟଣାକୁ ନେଇ ଶାଶୁ ଭାରତୀ ପରିଡ଼ା ଆତ୍ମହତ୍ୟା ବୋଲି କହୁଥିବା ବେଳେ ମହିଳାଙ୍କ ବାପଘର ଲୋକେ ଏହାକୁ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ସାତ ବର୍ଷ ପୂର୍ବେ ଜୟନଗର ଗ୍ରାମର ହେମନ୍ତଙ୍କ ପରିଡାଙ୍କ ପୁଅ ଭାଗିରଥ ପରିଡା ମିଲିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟେ ୬ବର୍ଷର ପୁଅ ଓ ୨ ବର୍ଷର ଝିଅ ରହିଛି । ଗତ କାଲି ରାତିରେ ଖାଇ ପିଇ ସମସ୍ତେ ଶୋଇ ଥିଲେ କିନ୍ତୁ ଆଜି ସକାଳୁ ଘରର ଛାତ ଉପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଲିଙ୍କ ମୃତଦେହ ପଡ଼ି ଥିବା ଦେଖିବାକୁ ମିଳିଛି। ମିଲିଙ୍କ ସ୍ବାମୀ ବାହାର ରାଜ୍ଯରେ କାମ କରୁଥିବା ବେଳେ ଘରର ଛାତ ଉପରେ ବୋହୁର ମୃତଦେହ ପଡିବା ଘଟଣା ଶାଶୁ ଶଶୁର କେମିତି ଜାଣି ପାରିଲେନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.