ମାଲକାନଗିରି (୦୨/୦୮) : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ, ଖଇରପୁଟ ବ୍ଲକ ଓ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ, ଶିଶୁ ଗୃହ ଓ ବୃଦ୍ଧାଶ୍ରମ ଇତ୍ୟାଦି ଆଇନ ସେବା ପ୍ରାଧିକରଣ ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ପରିଦର୍ଶନ କରିଛନ୍ତିା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡାର ଭିନ୍ନକ୍ଷମ ସଂସ୍ଥା ଇର୍ମାବାକା ମୂକ ଓ ବଧିର ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ ସମୟରେ ଏଠାରେ ଥିବା ବିଭିନ୍ନ ଅସୁବିଧା ଗୁଡିକ ଶ୍ରୀ ମୁଦୁଲି ପରିଲକ୍ଷିତ କରିଥିଲେ । ଏହି ଭିନ୍ନ କ୍ଷମ ବିଦ୍ୟାଳୟରେ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ ନିର୍ଦେଶାବଳୀର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା, ବିଦ୍ୟାଳୟର ହଷ୍ଟେଲରେ ସଫାସୁତୁରା ନଥିବା, ମହିଳା ପରିଚାଳିକା ନଥିବା ବେଳେ ଏକ ପରିଚାରିକା ଦ୍ୱାରା ପରିଚାଳନା କରିବା, ମଧ୍ୟାହ୍ନ ଭୋଜନରେ ଉଚିତ ମାନର ଚାଉଳ ନ ଦେବା, ପର୍ଯ୍ୟାପ୍ତ ପରିମାଣରେ କର୍ମଚ୍ରୀନଥିବା, ଅନୁମୋଦିତ ରୋଷେଇଶାଳା ନଥିବା, ବୟସ ଅନୁସାରେ ଶିଶୁଙ୍କୁ ହଷ୍ଟେଲରେ ରଖିବା ସହ ପରିଚାଳନା ଠିକ୍ ହେଉ ନଥିବା ବିଚାରପତିଙ୍କ ନଜରକୁ ଆସିଥିଲା। ଶିକ୍ଷାଦାନରେ ବହୁତ ଅସୁବିଧା କଥା ସେ ହୃଦୟଙ୍ଗମ କରିଥିଲେ , ସେହିପରି ଗୋବିନ୍ଦପାଲ୍ଲୀ ସ୍ଥିତ ସାଇ ସେବା କେନ୍ଦ୍ରରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ଅନ୍ତେବାସୀଙ୍କ ପରିଚାଳନା ଗତ ତୃଟି ଦେଖିଥିଲୋ ଏଠାରେ ବିଭିନ୍ନ କର୍ମଚାରୀ ଅନୁପସ୍ଥିତ ଥିବା, ସଫାସୁତୁରା ରହୁ ନଥିବା ଇତ୍ୟାଦି ନଜରକୁ ଆସିଥିଲା।
ଖଇରପୁଟ ସ୍ଥିତ ଗୁଣ୍ଡ୍ରିଗୁଡାରେ ଥିବା ଜୟ ଶିଶୁ ଗୃହରେ ଯୋଗ୍ୟ ଓ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ଓ କୋରୁକୋଣ୍ଡାର ଟେକଗୁଡା ସ୍ଥିତ ନିଳାଚଳ ଆଦିବାସୀ ସେବାଶ୍ରମରେ ପିଲାଙ୍କ ପାଇଁ ପାଇଖାନା ଗୁଡିକ ଖୁବ୍ ଅପରିସ୍କାର ଥିବା ବିଭି୍ନ୍ନ ଅନୁମୋଦିତ କର୍ମଚାରୀଙ୍କ ଅଭାବ ଇତ୍ୟାଦି ନଜରକୁ ଆସିଥିଲା ଉକ୍ତ ସମସ୍ତ ଶିଶୁ ଗୃହରେ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ ନିର୍ଦେଶାବଳୀ ଓ କିଶୋର ନ୍ୟାୟ ଆଇନ ଅନୁସାରେ ପରିଚାଳନା ହେଉ ନଥିବା ସେ ପରିଲକ୍ଷିତ କରି ଏହାର ସୁପରିଚାଳନା ସହ ଯେପରି ଶିଶୁସୁରକ୍ଷା ଠିକ ରହିବ ଓ ବୃଦ୍ଧାଶ୍ରମର ଠିକ୍ ପରିଚାଳନା ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦେଶ ପ୍ରଦାନ କରି ଏହାର ଅନୁପାଳନ ରିପୋର୍ଟ ଦେବାକୁ କହିଛନ୍ତି ।