ଉତ୍କଳ ସମ୍ମିଳନୀ ମାଲକାନଗିରି ତରଫରୁ ‘ଗାଁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି (୨/୮) : ମାଲକାନଗିରି ସଦର ମହକୁମା ବ୍ଲକ ଅଧିନସ୍ଥ ମନସା କଲୋନୀ; କୋରକୋଣ୍ଡା ବ୍ଳକର ବୁଦୁ ଗୁଡ଼ା ଓ ଆମ୍ବଗଛିଆ ଗ୍ରାମ ରେ ମାଲକାନଗିରି ଉତ୍କଳ ସମ୍ମିଳନୀ ତରଫରୁ ” ଗାଁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖାର ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ; ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ପ୍ରକୃତି ବନ୍ଧୁ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ; ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ତଥା ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ମାଲକାନଗିରି ର ସଭାପତି ରବାଦ୍ର କୁମାର ମହାରଣା; ଉତ୍କଳ ସମ୍ମିଳନୀର ଆଜୀବନ ସଭ୍ୟ ତଥା ରାଜ୍ୟପାଳ ପୁରସ୍କାର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବେଣୁ ପାଣି ଖାଡ଼ଙ୍ଗା; ସମାଜସେବୀ ଜ୍ଞାନଚାନ୍ଦ ଜଗନ୍ନାଥ; ତମସା ସି.ଆର.ସି.ସି ଚିତ୍ତରଞ୍ଜନ ସରକାର; ବୁଦୁଗୁଡ଼ା ସି.ଆର.ସି.ସି ସୁଧାଂଶୁ ସରକାର;ବୁଦୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ; ମନସା କଲୋନୀର ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ଆଚାର୍ଯ୍ୟ ; ପ୍ରଧାନଶିକ୍ଷକ ଗିରିଧର ଆମ୍ବ ଗୋଛିଆ; ବନପାଳ ରାଜେଶ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରତ୍ୟେକ ଗ୍ରାମରେ ଗ୍ରାମର ଜନସାଧାରଣ; ମହିଳା; ଯୁବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକତ୍ରିତ କରାଇ ଶିକ୍ଷା; ସ୍ୱାସ୍ଥ୍ୟ ; ପରିମଳ ଓ ବୃକ୍ଷରୋପଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଅବଗତ କରାଇବା ପରେ ସମସ୍ତଙ୍କ ସହଯୋଗରେ ଏହି ବିଦ୍ୟାଳୟଗୁଡ଼ିକରେ ବନ ବିଭାଗ; ମାଲକାନଗିରିଙ୍କ ସହାୟତାରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା ।

nis-ad
Leave A Reply

Your email address will not be published.