ବିଜେଡିର ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ ।

ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ଯଦିଓ ବିଜେପିର ଅଘୋଷିତ ମେଣ୍ଟ ବିଜେଡି ସହିତ ରହି ଆସିଛି ଏବଂ ସବୁ ସମୟରେ ବିଜେଡି ବିଜେପିକୁ ସମର୍ଥନ ଦେଇଛି, ମାତ୍ର ଏପରି ସମ୍ବିଧାନ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ଆଇନକୁ ସମର୍ଥନ କରିବା ଆମକୁ ଆଶ୍ଚର୍ଯ୍ୟ କରିଛି ବବୋଲି କହିଛନ୍ତି ଶ୍ରୀ ମହାପାତ୍ର । ଓଡ଼ିଶାରେ ବିଜେଡି ଜଣେ ଅମଲା ଦ୍ବାରା ପରିଚାଳିତ ହେବା ଏବଂ ଦିଲ୍ଲୀରେ ନିର୍ବାଚିତ ସରକାରଠାରୁ କ୍ଷମତା କାଢି ଏଲ.ଜି ଏବଂ ଅମଲା ତନ୍ତ୍ରକୁ ଶାସନ ଦେଇଦେବା ଏକ ସମାନ ପ୍ରକ୍ରିୟା ଅଟେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଆଜି କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି । ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ବାର୍ଥ ବିରୋଧୀ ଅଟେ । ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି କହିଛନ୍ତି । ଏହା ପରେ ବି  ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲ.ଜିଙ୍କ ହାତକୁ ଟେକିଦେଇଛି । ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ବାରା ନିଯୁକ୍ତ ଏଲ.ଜିଙ୍କ ହାତରେ ରହିବ ।

ବର୍ତ୍ତମାନ ଏହି ଅର୍ଡିନାନ୍ସ  ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ ଅନ୍ୟାୟପୂର୍ଣ୍ଣ ଭାବରେ ମୋଦି ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି । ଅନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଥିବାବେଳେ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି।

ସେହିପରି  ମଣିପୁରରେ ଯେଉଁ ପରି ଭାବରେ ମହିଳାଙ୍କ ପ୍ରତି ହିଂସା ହେଲା ଏବଂ ଏଥ୍ ଯୋଗୁଁ ସାରା ରାଜ୍ୟରେ ଯେଉଁଭଳି ଭାବେ ୧୫୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେ ତଥା ୫୦,୦୦୦ରୁ ଉର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପରେ ରହିବା ପାଇଁ ବାଧ୍ୟ ହେଲେ ତାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ବିଜୁ ଜନତା ଦଳର ମଣିପୁର ହିଂସା ଘଟଣାରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ବିଜେପିକୁ ସମର୍ଥନ କରିବ ଯାହାକି ଅମାନବିକ, ମହିଳା ବିରୋଧୀ,  ଆଦିବାସୀ ବିରୋଧୀ, ଏବଂ ଜଣେ ସୈନିକର ସ୍ତ୍ରୀ ପ୍ରତି ହୋଇଥିବା ଅମାନବୀୟ ଘଟଣା ଅଟେ । ଏହା ପ୍ରତ୍ୟେକ ଓଡ଼ିଆଙ୍କୁ ବ୍ୟଥ୍ତ କରିଛି ଏବଂ ଏହା ସୁଚିତ କରୁଛି ଯେ ବିଜୁ ଜନତା ଦଳ ମହିଳା ବିରୋଧୀ ବୋଲି କହିଛନ୍ତି ଆପ ସଭାପତି ।

nis-ad
Leave A Reply

Your email address will not be published.