ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍ ; କଂଗ୍ରେସ, ଆପ୍ ସମେତ ବିରୋଧୀଙ୍କ ତୀବ୍ର ବିରୋଧ,ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ମାତ୍ରେ ଗୃହରେ ହଙ୍ଗାମା ହେବାରୁ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବିରୋଧୀ ଏହି ବିଲ୍କୁ ତୀବ୍ର ବିରୋଧ କରିଥିଲେ। ତେବେ ଏହି ବିଲ୍କୁ ବିଜେଡ଼ି ସମର୍ଥନ କରିବା ସମ୍ପର୍କରେ ଘୋଷଣା କରିଛି ।
ବିଲ୍ ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ଏହି ପ୍ରତିବାଦ ସାମ୍ବିଧାନିକ ଆଧାର ନୁହେଁ, ରାଜନୈତିକ। ଏହି ଆଧାରରେ ଏହି ବିଲ୍ ଆଗତ କରିବାକୁ ଅନୁମତି ଦିଆଯାଉ। ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗୃହର ଆଇନ ପ୍ରଣୟନ କରିବାର ଅଧିକାର ରହିଛି। ଦ୍ବିତୀୟତଃ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ଯଦି କେନ୍ଦ୍ର ସରକାର ଏଭଳି ଅନୁଭବ କରନ୍ତି, ତେବେ ସେମାନେ ଆଇନ ପ୍ରଣୟନ କରିପାରିବେ।
ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରି କହିଛନ୍ତି ଯେ କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି। ଦିଲ୍ଲୀ ସରକାରଙ୍କ ଅଧିକାରକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଧୀର ରଞ୍ଜନ କହିଛନ୍ତି। ଏହି ବିଲ୍ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.