‘ଝିଅକୁ କେମିତି ମାରିଛି, ହତ୍ୟାକାରୀ ଫୋନ କରି ବଖାଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି’: ବାପା

ନୂଆଦିଲ୍ଲୀ: ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବି‌ରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଲେଖିଥିଲା।
ଶ୍ରଦ୍ଧାଙ୍କ ବାପା ବିକାଶ ସଦନ ୱାକର ଅଦାଲତରେ ସାକ୍ଷୀ ଦେବାକୁ ଆସିଥିବା ବେଳେ କହିଛନ୍ତି, ‘ଗତବର୍ଷ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରି ଶବକୁ ଏକ କରତ ପରି ହତିଆରରେ କ‌ାଟି ୩୫ ଖଣ୍ଡ କରି ଫୋପାଡ଼ି ଦେଇଥିଲା ଅଫତାବ। ସେ ମୋ ଝିଅ ସହିତ ଗତ ୩ବର୍ଷ ହେବ ଲିଭ-ଇନରେ ରହିଥିଲା। ଝିଅର ଫୋନ ସୁଇଜ ଅଫ ଆସିବାରୁ ମୁଁ ଅଫତାବକୁ ଫୋନ କରି ଝିଅ ବିଷୟରେ ପଚାରିଥିଲି।
ସେ ମୋତେ କହିଥିଲା ଶ୍ରଦ୍ଧା ଆଉ ନାହିଁ। ଏକଥା ଶୁଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି। ଚେତା ଫେରିବା ପରେ ଅଫତାବକୁ ଫୋନ କରି ପୁଣି ଝିଅ ବିଷୟରେ ପଚାରିଥିଲି। ସେ ମୋତେ କହିଥିଲା, ‘‘ ମଇ ୧୮ ତାରିଖରେ ଶ୍ରଦ୍ଧା ସହିତ ମୋର ଝଗଡ଼ା ହୋଇଥିଲା। ତେଣୁ ମୁଁ ତାର ତଣ୍ଟି ଚିପି ତାକୁ ହତ୍ୟା କରିଛି। ହତ୍ୟା କରିବା ପରେ ଦୋକାନରୁ ଦୁଇଟି କରତ, ଦୁଇଟି ବ୍ଲେଡ ଓ ହାତୁଡ଼ି ଆଣିଥିଲି। ଏହା ସାହାଯ୍ୟରେ ଶ୍ରଦ୍ଧାକୁ ୩୫ ଖଣ୍ଡ କରି ଜରିରେ ପୂରାଇ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲି।’’
ଅଫତାବ ସହିତ ମୋର ପ୍ରଥମ ଭେଟ ସ୍ତ୍ରୀଙ୍କ ମୃତ୍ୟୁ ପରେ ହୋଇଥିଲେ। ହଠାତ ମୁମ୍ବାଇସ୍ଥିତ ଘରକୁ ଶ୍ରଦ୍ଧା ଅଫତାବକୁ ନେଇ ଆସିଥିଲେ। ଆଉ ତାର ସହିତ ଲିଭ-ଇନରେ ରହୁଥିବା କଥା କହିଥିଲେ। ମୁଁ ଏଥିରେ ରାଜି ନହେବାରୁ ଝିଅ ମୋତେ କହିଥିଲେ ତାଙ୍କ ଲାଇଫ। ତେଣୁ ସେ କ’ଣ କରିବେ କ’ଣ ନାହିଁ ନିଷ୍ପତ୍ତି ସେ ହିଁ ନେବେ। ଏଥିରେ ସେ କ‌ାହାରି ସହମତି ଚାହାଁନ୍ତି ନାହିଁ। ମୋତେ କିନ୍ତୁ ସେ ସମୟରେ ଅଫତାବର ସ୍ବଭାବ ଭଲ ଲାଗି ନଥିଲା। ଝିଅଙ୍କୁ ନେଇ ମନରେ ଏକ ପ୍ରକାର ଭୟ ଉଙ୍କି ମାରିଥିଲା। ଶେଷରେ ସେହି ଯୁବକ ହିଁ ମୋ ଝିଅ ଶ୍ରଦ୍ଧାଙ୍କ ଜୀବନ ନେଇଗଲା। ଯାହା ପାଇଁ ଝିଅ ମୋତେ ବି ପର କରିଦେଇଥିଲେ।’
କୋର୍ଟ ପୀଡ଼ିତ ବାପାଙ୍କ ବୟାନ ରେକର୍ଡ କରିଥିବା ବେଳେ ପୁଣିଥରେ ଅଗଷ୍ଟ ୫ରେ ପଚରାଉଚରା ପାଇଁ ଶ୍ରଦ୍ଧା ବାପାଙ୍କୁ ଡକାଯିବ ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.