ଟେଲିଫୋନ ଟାଓ୍ବାରରୁ ବ୍ୟାଟେରୀ ଚୋରୀ : ୪ ଗିରଫ, ୨୪ଟି ବ୍ୟାଟେରୀ ସହ ପିକ୍ଅପ୍ ଭ୍ୟାନ ଜବତ


ହିଞ୍ଜିଳିକାଟୁ, ତା ୨୯/୭ (): ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଏକ ଟେଲିଫୋନ ଟାଓ୍ବାରରୁ ୨୪ ତାରିଖ ବିଳମ୍ବିତ ରାତିରେ ବ୍ୟାଟେରୀ ଲୁଟ୍ ହୋଇଥିଲା । ଘଟଣା ନେଇ ଫିଲ୍ଡ ଟେକନିସିଆନ ବିଶ୍ବନାଥ ସ୍ବାଇଁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।‌ ଘଟଣାର ତଦନ୍ତ କରି ପୁଲିସ ଶନିବାର ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଚୋରୀ ବ୍ୟାଟେରୀ କିଣିବା ଅଭିଯୋଗରେ ଜଣେ କବାଡିଆ ଦୋକାନୀ ମାଲିକଙ୍କୁ ଗିରଫ କରିଛି । ଗିରଫ ଲୁଟେରା ମାନେ ହେଲେ ସୋରଡ଼ା ଥାନା ତତାବାଲି ଗ୍ରାମର ସୁଚିତ୍ର ପାଣିଗ୍ରାହୀ (୨୬), ଆସିକା ଥାନା ଖଣ୍ଡଦେଉଳି ଗ୍ରାମର କିଶାନ ସ୍ବାଇଁ (୨୫), ବ୍ରହ୍ମପୁର ବଡ ବଜାର ଥାନା ରଙ୍ଗଣିବନ୍ଧ ସାହିର ନିତ୍ୟାନନ୍ଦ ନାୟକ (୫୩) ଓ ଚୋରୀ ବ୍ୟାଟେରୀ କିଣିଥିବା କବାଡିଆ ଦୋକାନୀ ମାଲିକ ବ୍ରହ୍ମପୁର ସଦର ଥାନା ରତ୍ନପୁର ଗ୍ରାମର ରାମଦାସ ଗୁପ୍ତା। ଗିରଫ ଲୁଟେରାଙ୍କୁ ଠାରୁ ଟେଲିଫୋନ ଟାଓ୍ବାରରୁ ଚୋରୀ ହୋଇଥିବା ୨୪ ଟି ବ୍ୟାଟେରୀ ସହ ଚୋରିରେ ବ୍ୟବହୃତ ଏକ ମେକ୍ସ ପିକ୍ଅପ୍ ଭ୍ୟାନ ()କୁ ପୁଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ ୫୩୩/୨୩ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ୨୪ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଏକ ଟେଲିଫୋନ ଟାଓ୍ବାରରୁ ବ୍ୟାଟେରୀ ଚୋରୀ ହୋଇଥିଲା । ୨୫ ତାରିଖ ସକାଳୁ ଟାଓ୍ବାରରୁ ବ୍ୟାଟେରୀ ଚୋରୀ ହୋଇଥିବା ଜାଣିପାରି ଫିଲ୍ଡ ଟେକନିସିଆନ ବିଶ୍ବନାଥ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଶନିବାର ସକାଳେ ୩ ଲୁଟେରା ବ୍ରହ୍ମପୁର ସହରର ଏକ କବାଡିଆ ଦୋକାନରେ ଚୋରୀ ବ୍ୟାଟେରୀକୁ ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ କାବୁ କରିବା ସହ ଲୁଟ୍ ସାମଗ୍ରୀ କିଣିବା ଅଭିଯୋଗରେ ସଂପୃକ୍ତ କବାଡିଆ ଦୋକାନୀ ମାଲିକଙ୍କୁ ଗିରଫ କରିଥିଲା ।‌ପ୍ରକାଶ ଥାଉକି, ସଂପୃକ୍ତ ଲୁଟେରା ଦଳ ଜାନୁଆରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ଆସିକା, ବଡଗଡ ଓ ଧରାକୋଟ ଥାନା ଅଞ୍ଚଳର ୭ଟି ମୋବାଇଲ ଟାୱାରରୁ ବିଭିନ୍ନ ସମୟରେ ବ୍ୟାଟେରୀ ଚୋରୀ କରି ଗଞ୍ଜାମ ଜିଲ୍ଲା ସମେତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର କବାଡିଆ ଦୋକାନରେ ଲୁଟ୍ ସାମଗ୍ରୀ ବିକ୍ରୀ କରୁଥିବା ନେଇ ଗିରଫ ଲୁଟେରା ମାନେ ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ ସୂଚନା ଦେଇଛି । ଲୁଟ୍ ଘଟଣାରେ ଆହୁରି ୨ ଜଣେ ସଂପୃକ୍ତି ଥିବା ଜଣାପଡିଛି ।‌ ଫେରାର ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ପୁଲିସ ସୂଚନା ଦେଇଛି ।

nis-ad
Leave A Reply

Your email address will not be published.