ମହାନଦୀକୁ ଡେଇଁ ଯୁବକ ନିଖୋଜ

ସମ୍ବଲପୁର: ମହାନଦୀକୁ ଡେଇଁ ଯୁବକ ନିଖୋଜ। ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଛି। ଯୁବକ ଜଣକ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି।

ତେବେ ହୀରାକୁଦର ୧୨ଟି ଗେଟ୍ ଖୋଲାଥିବାବେଳେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜି ସମ୍ଭବପର ହୋଇ ପାରୁନାହିଁ। ତଥାପି ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଚଳାଇଛି।

nis-ad
Leave A Reply

Your email address will not be published.