ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ହିଞ୍ଜିଳିକାଟୁ (୨୭ା୭) : ହିଞ୍ଜିଳି ଥାନା ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ମାଧପୁର ଗ୍ରାମର ବି. କ୍ରୀଷ୍ଣା ପାତ୍ର । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଗୁରୁବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଯୁବକ ଜଣଙ୍କ ଗତ କିଛି ମାସ ପୂର୍ବେ ଶଶୁର ଘର ହିଞ୍ଜିଳି ଥାନା ଦରୁଭଦ୍ରା ଗ୍ରାମରେ ରହି ଆସୁଥିଲେ । ବୁଧବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ଶଶୁର ଘର ଲୋକେ ବେଲଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.