ମାନସିକ ଶାନ୍ତି ନଥିଲେ, ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ: ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ରାଷ୍ଟପ୍ତିଙ୍କ ବକ୍ତବ୍ୟ । ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିମ ସଂପର୍କ ରହିଛି । ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା । ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି । ପରିବର୍ତ୍ତନ ହିଁ ସତ୍ୟ,ସ୍ରୋତ ପରିଚ ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନଶୀଳ । ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ । ବ୍ରହ୍ମାକୁମାରୀ ସଂସ୍ଥାର ବିଚାର ଜଣେ ବ୍ୟକ୍ତ ବଦଳିଲେ ସମାଜ ବଦଳିବ । ମାନସିକ ଶାନ୍ତି ନଥିଲେ, ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ । ମାନସିକ ଶାନ୍ତି ପାଇଲେ ହିଁ ଆମେ ପ୍ରକୃତ ଶାନ୍ତି ପାଇପାରିବା । ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକ ଶିକାର ହେଉଛୁ ,ମାନସିକ ଯଶ ଦକ୍ଷତା ପଛରେ ଦଉଡି ଦଉଡି ମଣିଷ ଆଜି କ୍ଲାନ୍ତ । ନିଜ ଭିତରେ ଥିବା ସଦଗୁଣକୁ ଆମେ ଚିହ୍ନି ପାରୁନୁ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଭୁବନେଶ୍ୱର ତମାଣ୍ଡୋସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ   ‘ଡିଭାଇନ୍ ଲାଇଫ୍’ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବେଶ ଭାବବିହ୍ୱଳ ହୋଇ ପଡିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୀବନର ବାସ୍ତବ ତତ୍ତ୍ୱକୁ ବୁଝାଉ ବୁଝାଉ ମରମ କଥା କହି ଦେଇଥିଲେ । ରାଷ୍ଟ୍ରପତି କହିଥିଲେ, ’ଜୀବନର କିଛି ଭରସା ନାହିଁ  । ଧନ ସଞ୍ଚୁଛୁ କାହା ପାଇଁ..? ପରିବର୍ତ୍ତନ ମଣିଷକୁ ସୁଖ ଦିଏ କିନ୍ତୁ ଶାନ୍ତି ଦିଏନି। ମାନସିକ ଶାନ୍ତି ପାଇଲେ ହିଁ ମଣିଷ ସୁଖୀ ହୋଇପାରିବ । ରାଷ୍ଟ୍ରପତିଙ୍କ ଏଇ ସାରଗର୍ଭକ କଥା ସମସ୍ତଙ୍କ  ହୃଦୟକୁ ଛୁଇଁ ଯାଇଥିଲା ।

ରାଷ୍ଟ୍ରପତି କହିଥିଲେ, ଏ ଭୌତିକ ସଂସାର ଅଳିକ । ଆମେ ଯେତେ ଉନ୍ନତି କଲେ ବି ଏହା ଉପରେ ଭରସା କରିହେବ ନାହିଁ । ଏହାକୁ ଆଧାର କରି ଆମର ବାସ୍ତବିକ ବିକାଶକୁ ମାପ କରାଯାଇପାରିବ ନାହିଁ । ସେ ଆହୁରି କହିଥିଲେ, ମଣିଷ ଭିତରେ ସ୍ନେହଶ୍ରଦ୍ଧା ଓ ପରୋପକାର ପରି ଗୁଣ ରହିଛି।   ବିଚାରଶକ୍ତି ମଧ୍ୟ ରହିଛି। ଆମେ ସବୁବେଳେ ତୁଳନା କରିବାରେ ବ୍ୟସ୍ତ ରହୁଛୁ । ସେଥିପାଇଁ ଆତ୍ମଚିନ୍ତନ କରିପାରୁନୁ  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶା ଗସ୍ତର ଆଜି ଥିଲା ୩ୟ ତଥା ଶେଷ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ରାଜଭବନରେ ଓଡ଼ିଶା ଆଦିବାସୀଙ୍କ ସମସ୍ୟା ଶୁଣିବା ପରେ  ପହଞ୍ଚିଥିଲେ ତମାଣ୍ଡୋସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ ।  ସେଠାରେ ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କରିଥିଲେ । ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତିଙ୍କ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା । ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନାରେ ଭାତ, ଡାଲି, ପାମ୍ପଡ଼, ସଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା  ଆଦି ପରସା ଯାଇଥିଲା ।

ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତ ସମୟରେ ବୁଧବାର କେତେକ ଶାଢ଼ୀ କିଣିଛନ୍ତି। ମେହର୍ସ ସୋ ରୁମରୁ ପ୍ରାୟ ଦେଢରୁ ୨ ଲକ୍ଷ ଟଙ୍କାର ଶାଢୀ ଓ ସୁଟ ପିସ କିଣିଥିଲେ । ରାଷ୍ଟ୍ରପତିଙ୍କ ଫୋନ କଲ ପାଇ ସୋ ରୁମ ମ୍ୟାନେଜର ୩୫ଟି କୋଟପାଡ଼, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଓ ପଟ୍ଟଚିତ୍ର ଆଦି ଶାଢୀ ନେଇ ରାଜଭବନ ଯାଇଥିଲେ । ସେଥିରୁ ରାଷ୍ଟ୍ରପତି ୬ଟି ଶାଢୀ ଓ ତାଙ୍କ ଝିଅ ପାଇଁ ୬ଟି ସୁଟ ପିସ କଣିଥିଲେ ।

nis-ad
Leave A Reply

Your email address will not be published.