୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ ଯଥା କିରୋଗୀ ଓ ପୁଂସି ପ୍ରତିଯୋଗିତା କରାଯାଇଥିଲା l
ସବଜୁନିଅର (୫-୧୧ବର୍ଷ) , କ୍ୟାଡେଟ (୧୨-୧୪ବର୍ଷ), ଜୁନିଅର (୧୫-୧୭ବର୍ଷ ) ଓ ସିନିଅର (୧୮ବର୍ଷ ଓ ଉର୍ଦ୍ଧ ) ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ l
କନ୍ଧମାଳ ଜିଲାରୁ ୧୦୦ ରୁ ଉର୍ଦ୍ଧ ବାଳକ ଓ ବାଳିକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଜାତୀୟ ରେଫରୀ ଏମ. ରିତିକ ରଞ୍ଜନ ମହାପାତ୍ର ଓ ଶିବାନନ୍ଦ ରାୟଗୁରୁ ଏହି ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ନିଯୁକ୍ତି କରାଯାଇଥିଲା l
ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ସଙ୍ଘର ସଭାପତି ପ୍ରତାପ କୁମାର ମୁଖି ଓ ସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ଉଦଘାଟନ କରିଥିଲେ l
କନ୍ଧମାଳ ଜିଲ୍ଲାର କୋଚ ରମାକାନ୍ତ ବେହେରା, ପ୍ରିତମ କୁମାର ପ୍ରଧାନ ଓ ମଦନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ l ସର୍ବ ଶେଷରେ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ସାଉଥ କୋରିଆରୁ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର କୋର୍ସ ସଫଳତା ହାସିଲ କରି ଫେରିବା ଅବସରରେ ଜିଲ୍ଲା ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

nis-ad
Leave A Reply

Your email address will not be published.