ମାଥିଲି ସାପ୍ତାହିକ ହାଟରେ ଗଛ ପଡି ତିନି ଗୁରୁତର

ମାଲକାନଗିରି ୨୧/୦୭ : ବିଗତ ୫ଦିନରୁ ଉର୍ଦ୍ଧ୍ବ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ପାହାଡ଼ ଧସି ଗାଁକୁ ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ବନ୍ୟାର ବିଭୀଷିକା ଏହି ସମୟ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି ମାଥିଲି ସାପ୍ତାହିକ ହାଟରେ ଲଗାଣ ବର୍ଷାରେ ଭୁଷୁଡିଲା ଗଛ । ଗଛ ଭୁଷୁଡି ପଡିବାରୁ ହାଟକୁ ବ୍ୟବସାୟ କରିବାକୁ ଆସିଥିବା ତିନି ମହିଳା ଗୁରୁତର ଆହତ ହୋଇଛନ୍ତି । ଏକ ବଡ ଦୁର୍ଘଟଣା ରୁ ବର୍ତ୍ତୀଗଲେ ବ୍ୟବସାୟୀ ସମେତ ହାଟକୁ ଆସିଥିବା ଗ୍ରାହକ ।

ଗୁରୁତର ତିନି ମହିଳା ମାଥିଲି ଡାକ୍ତରଖାନା ରେ ଭର୍ତ୍ତୀହୋଇ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଥିବା ସୂଚନା ମିଳିଛି । ଆହତ ମାନେ ହେଲେ ଧୁଙ୍ଗିଆ ପୁଟ ଗ୍ରାମର କୁଞ୍ଜ ଚାଲାଣ୪୦ବର୍ଷ ରୁ ଉର୍ଦ୍ଧ୍ବ,ଗୋବିନ୍ଦ ପାଲ୍ଲୀ ର ହରିଶ୍ଚନ୍ଦ୍ର ସାଗରିଆ,ଦଳପତି ଗୁଡାର ଗୁରୁବାରୀ ଦଳପତି। ସୂଚନା ପାଇ ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ ଓ ବିଡିଓ ହୃଷିକେଶ ଗଣ୍ଡ ମେଡିକାଲ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.