କନ୍ଧମାଳ ଏବଂ ଉତ୍କଳ ନିଖିଳ ଗୃହରକ୍ଷୀ ମହାସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି ମହୋଦୟାଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜର୍ଜମେଣ୍ଟ ଅଡର ଉପରେ ରାଜ୍ୟ ସରକାର ଅବମାନନା କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ସମେତ ନିଖିଳ ଉତ୍କଳ ହୋମଗାର୍ଡ ମହାସଂଘର ସଭାପତି ପ୍ରଭାତ କୁମାର ସାହାଣି, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ , ସମ୍ପାଦକ ସପନ କୁମାର ମିଶ୍ରଙ୍କ ସମେତ ସଂଘ ର କର୍ମକର୍ତା ଏବଂ ଆଲୋଚନା କ୍ରମେ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ବାସ ଭବନର କାର୍ଯ୍ୟାଳୟ ଠାରେ ସହ ସମ୍ପାଦକ ବିରାଜ କୁମାର ପ୍ରଧାନ ଉପସ୍ଥିତ ରହି ଅଭିଯୋଗ ପ୍ରଦାନ କରିଛନ୍ତି । କାରଣ କନ୍ଧମାଳ ଜିଲ୍ଲାର ଯେଉଁ ପିଟିସନର୍ ଭାଇ ଭଉଣୀ ମାନେ ହାଇକୋର୍ଟରେ ଡିଗ୍ରୀ କରି ବର୍ତ୍ତମାନ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁପ୍ରିମକୋର୍ଟରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି l ସେମାନେ ନିହାତି ଗରିବ ଶ୍ରେଣୀର ହେଇଥିବାରୁ ହୋମଗାର୍ଡ ଚାକିରିର କମ୍ ଦରମାରେ ପୁନର୍ବାର ସୁପ୍ରିମକୋର୍ଟରେ ଟଙ୍କା ଖର୍ଚ୍ଚ କରି କଣ୍ଟେମଣ୍ଟ ଫାଇଲ୍ କରିବା ପାଇଁ ସକ୍ଷମ ହେଇପାରୁନାହାନ୍ତି l ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା କ୍ରମେ ମହାମହିମ ରାଷ୍ଟ୍ରପତିଙ୍କୁ ଲିଖିତ ମାଧ୍ୟମରେ ଅଭିଯୋଗ ଦେଇ ରାଜ୍ୟର ୧୭,୦୦୦ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ନିଖିଳ ଉକ୍ରଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା କରି ରାଷ୍ଟ୍ରପତିଙ୍କ ବାସଭବନ କାର୍ଯ୍ୟାଳୟ ଠାରେ ମାନବାଧିକାର ମିଶନର କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ,ରାଜ୍ୟ ସହ ସମ୍ପାଦକ, ବିରାଜ କୁମାର ପ୍ରଧାନ,ଉପକୋଷାଧ୍ୟକ୍ଷ ଇ, ନରେଶ ଦୋରା, ଉପସଭାପତି ,ସୁସାନ୍ତ କୁମାର ପ୍ରଧାନ,ଶପ୍ନାଶେନ ଉପସ୍ଥିତ ରହି ଓଡ଼ିଶାର ହୋମଗାର୍ଡ‌ ବିଭାଗର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ କିପରି ରାଜ୍ୟ ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପାଳନ କରି ଆଇନ୍ ଗତ ମାଧ୍ୟମରେ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ସମାଜର ଚଳନୀ ସହିତ ଖାପଖୁଆଇ ଚଳିବା ପାଇଁ ସହଯୋଗ କରିବେ ସେ ବିଷୟ ରେ ଆଲୋଚନା କରାଯାଇଥିବା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ମତ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.