ୟୁଟ୍ୟୁବ ଦେଖି ଭାରତ ଆସିବାର ବାଟ ପାଇଥିଲି; ସୀମାଙ୍କ ବୟାନ ପରେ ବଢ଼ିଲା ଏଟିଏସର ସନ୍ଦେହ

ନୂଆଦିଲ୍ଲୀ: ସୀମା ହାଇଦରଙ୍କ ପାଇଁ ଉତ୍ତେଜନା ବଢ଼ିବାର ଆଶଙ୍କା ଥିବାରୁ ପୁଣି ଥରେ ପଚରାଉଚରା ପାଇଁ ଅଜଣା ସ୍ଥାନକୁ ନେଇଛି ୟୁପି ଏଟିଏସ୍। ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ ସଚିନ୍ ଏବଂ ସୀମା ‌ହାଇଦରଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ଅନେକ ଦାବି ହୋଇସାରିଛି। ସୀମା ପାକିସ୍ତାନ ନଫେରିବାରୁ ସେଠାରେ ଥିବା ମନ୍ଦିର ଉପରେ ଆକ୍ରମଣ ମଧ୍ୟ ଆରମ୍ଭ ହୋଇଛି।
ଏମଧ୍ୟରେ ସୀମା ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହେଉଥିବାରୁ ୟୁପି ଏଟିଏସ୍ ଟିମ୍ ପଚରାଉଚରା ପାଇଁ ସୀମାଙ୍କୁ ସଚିନଙ୍କ ସହ ଉଠାଇ ନେଇଛି। ପଚରାଉଚରା ପରେ ସୀମା ଦେଉଥିବା ବୟାନ ଉପରେ ବିଶ୍ବାସ କରିପାରୁନାହିଁ ୟୁପି ଏଟିଏସ। ସୀମାଙ୍କ ଉତ୍ତର ଉପରେ ଏଟିଏସ କ୍ରମାଗତ ଭାବରେ ସନ୍ଦେହ କରୁଛି। ଯେତେବେଳେ ଏଟିଏସ୍ ସୀମା ହାଇଦରଙ୍କୁ ପଚାରିଥିଲା ତୁମେ କିପରି ଭାରତ ଆସିଲ? ଏହାର ଜବାବରେ ସୀମା ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ଦେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଚରାଉଚରା ବେଳେ ସୀମା କହିଥିଲେ ଯେ, ୟୁଟ୍ୟୁବ ମାଧ୍ୟମରେ ଭାରତ କେମିତି ଆସିବେ ସେ ବିଷୟରେ ସୂଚନା ସଂଗ୍ରହ କରିଥିଲେ। ହେଲେ ତାଙ୍କର ଏହି କଥାକୁ ଏଟିଏସ ବିଶ୍ବାସ କରୁନଥିବାରୁ ଏବେ ସୀମାଙ୍କର ମିଛଧରା ପରୀକ୍ଷା ହେବ ବୋଲି ଜଣାଯାଇଛି।
ଅନ୍ୟପକ୍ଷରେ ତାଙ୍କ ହ୍ବାଟସ୍ଆପ୍ ଯାଞ୍ଚ କରାଯିବା ସହ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି। ଜାଣିବାକୁ ମିଳିଛି ଯେ ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଥିବା ବେଳେ ସୀମାଙ୍କ ଭାଇ ଜଣେ ପାକିସ୍ତାନୀ ସୈନିକ ଅଟନ୍ତି।

nis-ad
Leave A Reply

Your email address will not be published.