ବ୍ରହ୍ମପୁର : ଜିଲ୍ଲାରେ ସବୁଠାରୁ ଅଧିକ ସୁନା ଦୋକାନ ଆସ୍କା ସହରରେ । ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଆସ୍କା ଆସି ସୁନା ହୋଲସେଲ ଓ ଖୁଚରା ଦରରେ କ୍ରୟ କରନ୍ତି । କିଛି ବର୍ଷ ତଳେ ଆସ୍କା ମହାତ୍ମାଗାନ୍ଧୀ ରୋଡ଼ ରେ ବହୁ ସୁନା ଦୋକାନ ରହିଥିଲା । ବର୍ତ୍ତମାନ ଅଧିକାଂଶ ସୁନା ବ୍ୟବସାୟୀ ମାନେ ବିନାୟକ ବଜାର ଓ ଲକ୍ଷ୍ମୀବଜାର ଅଞ୍ଚଳରେ ନିଜର ସୁନା ଦୋକାନ କରିବା ଫଳରେ ଏହି ଅଞ୍ଚଳରେ ଏବେ ସୁନା କାରବାର ବେଧଡକ ଚାଲିଛି । କେତେକ ବ୍ୟବସାୟୀ ଏହି ଅଞ୍ଚଳରେ କୋଟି କୋଟି ଟଙ୍କାରେ ଯାଗା କ୍ରୟ କରିବା ଫଳରେ ଏହି ଦୁଇଟି ସ୍ଥାନରେ ସାଧରଣ ଲୋକଟିଏ ଆଉ ଯାଗା କ୍ରୟ କରିପାରୁନାହାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଚୋରି ହେଉଥିବା ସୁନା ଆସ୍କା ରେ କେତେକ ବ୍ୟବସାୟୀ କ୍ରୟ କରି ମୁଠା ମୁଠା ଟଙ୍କା ର ମାଲିକ ହେବାର ନଜିର ରହିଛି ଓ ଚୋରା ସୁନା କ୍ରୟ କରିବାଅଭିଯୋଗ ରେ ବିଭିନ୍ନ ଥାନାର ପୋଲିସ ଆସି ଚୋର ସୁନା ଜବତ କରିବା ସହ ଚୋର ସୁନା କ୍ରୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାର ନଜିର ରହିଛି।
କେତେକ ବ୍ୟବସାୟୀ ଛୋଟ ମୋଟ ବ୍ୟବସାୟୀ ମାନଙ୍କୁ ମୋଟା ଅଙ୍କ ର ଲୋଭ ଦେଖାଇ ଫଳରେ ଏହି ଚୋରା ସୁନା କିଣିବାକୁ ଗରିବ ଶ୍ରେଣୀର ବ୍ୟବସାୟୀ ବାଧ୍ୟ ହେଉଛନ୍ତି।ଧରା ପଡିଲେ ସେମାନଙ୍କୁ ସମସ୍ତ ଟଙ୍କା ଖର୍ଚ୍ଚ କରି କେଶକୁ ରଫା ଦଫା କରିଦେଉଥିବାର ଦେଖିବାକୁ ମିଳୁଛି।ପୋଲିସ ମଧ୍ୟ ଚୋରା ସୁନା କ୍ରୟ କରିବା ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ଧରପଗଡ ଆରମ୍ଭ କରିଦିଏ କେତେ ସୁନା ଜବତ ହେଲା ତାହାର ହିସାବ ନଥାଏ ଓ ଧରିଥିବାବ୍ୟକ୍ତି କୁସାହାଯ୍ୟ କରିଲେ ଦୁଇ ପଇସା ରୋଜଗାର ମଧ୍ୟ ହୋଇଯାଏ ବୋଲି ସାଧରଣରେ ଆଲୋଚନା ହେଉଛି।ପ୍ରକାଶ ଥାଉ କି ଆସ୍କା ର କେତେକ ସୁନା ବ୍ୟବସାୟ ସରକାରଙ୍କ ନିୟମ କୁ ଉଲଘ୍ନ କରି ୨୨ କ୍ୟାରେଟ ସୁନା ବିକ୍ରି କରୁଥିବା ଏବଂ କ୍ରୟ ବେଳେ ସେହି ସୁନା କୁ ପୁଣି ୧୮ କେରେଟ ରେ ରଖିବାକୁ କହୁଥିବା ଅଭିଯୋଗ ହେଉଛି। ଏଥି ଯୋଗୁଁ ଆସ୍କା ରେ ଦିନକୁ ଦିନ ସୁନା ଦୋକାନି ଙ୍କ ସଂଖ୍ୟା ବଢିବାରେ ଲାଗିଛି। ବହୁ ଦିନ ହେଲା ସୁନା ବିକ୍ରି ଉପରେ ନୂଆ ନିୟମ ଲାଗୁ ହୋଇଥିଲେ ମଧ୍ୟ ଆଇଡ଼ି ବିଭାଗ ପକ୍ଷରୁ ଚଢ଼ାଉ ହୋଇନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।