ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାସୁଦେବ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଦିନସାରା ବର୍ଷା ସତ୍ତ୍ଵେ ୩୬୦ ଜଣ ପଞିକୃତ ରୋଗୀଙ୍କ ମଧ୍ୟରୁ ୧୯୩ ଜଣ ରୋଗୀଙ୍କ ଚିକିତ୍ସା, ୫୦ଜଣଙ୍କର ଇସିଜି, ୧୬୫ରୋଗୀଙ୍କ ମଧୂମେହ ରକ୍ତ ପରୀକ୍ଷା କରାଯାଇଥିଲା।
ଭୁବନେଶ୍ୱର କଳିଙ୍ଗ ହସପିଟାଲର ଅଭିଜ୍ଞ ବିଶେଷଜ୍ଞ ମାନେ ଯୋଗ ଦେଇ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। କଳିଙ୍ଗ ହସପିଟାଲର ହୃଦରୋଗ ବିଶେଷଜ୍ଞ ଡଃ ପ୍ରଶାନ୍ତ କୁମାର ରାଉତ, ସ୍ନାୟୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ତ୍ରିପାଠୀ, ଭେଷଜ ବିଶେଷଞ ଡଃ ଚନ୍ଦ୍ର ଶେଖର ଓ ଡଃ ଶକ୍ତି ଶ୍ରବଣ ପ୍ରଧାନ, ଦନ୍ତ ବିଶେଷଜ୍ଞ ଡଃ ମଣୀକେଶ କିଲମାସେଠ ପ୍ରମୁଖ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ। କଳିଙ୍ଗ ହସପିଟାଲ ପକ୍ଷରୁ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରାଯାଇ ଥିଲା।ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରକୁ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେ, ସଂମ୍ପାଦକ ପ୍ରଣବ ମଣ୍ଡଳ, ଉପଦେଷ୍ଟା ନବୀନ କିଶୋର ପଣ୍ଡା, ବଂଶୀଧର ପଣ୍ଡା, ରାଜ କିଶୋର ପାଢୀ, ପିତାମ୍ବର ମିଶ୍ର, ବିକାଶ ମହାନ୍ତି,ପ୍ରମୋଦ ସାହୁ, ଭୀମସେନ ମିଶ୍ର, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ନବକିଶୋର ରଥ,ବିଜୟ ମହାନ୍ତି, ଅମୀୟ ଦାସ,ରଘୁ ନନ୍ଦନ ପାତ୍ର, ଅନନ୍ତ ମିଶ୍ର, ହେମନ୍ତ ମହାନ୍ତି, ବ୍ରଜ ପଟ୍ଟନାୟକ , ମୋହନ ପ୍ରଧାନ, ଚିତ୍ରସେନ କହଁର, ମଧୁସୂଦନ ସାହୁ,ମଞୁଳା ପାଣିଗ୍ରାହୀ,ଓ ଅଶୋକ ପରିଡା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।