ଚର୍ଚ୍ଚାରେ ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ, ଅଭିନେତାଙ୍କ ହାତ ଧରି ପୋଜ୍ ଦେଲେ ମୋଦୀଜୀ

ମୁମ୍ବାଇ: ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି ଲିଜିଅନ୍ ଅଫ୍‌ ଅନର’ ପ୍ରଦାନ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ୟାରିସରେ ବଲିଉଡ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଖୁବ ଭାଇରାଲ ହେଉଛି।
ଦୁହେଁ ପରସ୍ପରର ହାତ ଧରିଥିବା ବେଳେ ପାଖରେ ଫ୍ରାନ୍ସ ରା‌ଷ୍ଟ୍ରପତି ଇମାନୁ‌ଏଲ ମାକ୍ରନ ବସିଥିବା ଦେଖାଯାଇଛି। ୩ଜଣକର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫଟୋଟି ଇମାନୁ‌ଏଲ ମାକ୍ରନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜନ କରିଥିବା ରାତ୍ର ଭୋଜନର। ଏହି ରାତ୍ର ଭୋଜନରେ ଅନେକ ବଡ଼ ବଡ଼ ନେତାଙ୍କ ସହ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ଏହି ପାର୍ଟିର କିଛି ଫଟୋ ଏବେ ଆର ମାଧବନ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି।
ଅନ୍ୟପକ୍ଷ‌ରେ, ରାତ୍ର ଭୋଜନରେ ଫ୍ରାନ୍ସର କଣ୍ଠଶିଳ୍ପୀମାନେ ଏଆର ରେହମାନଙ୍କ ଜୟ ହୋ ଗୀତ ଗାଇଥିବା ଦେଖାଯାଇଥିଲା, ଯାହର ଭିଡିଓ ଏବେ ଭାଇରାଲ ହେଉଛି।

nis-ad
Leave A Reply

Your email address will not be published.