ଗଞ୍ଜେଇ ସହ କାର ଜବତ, ଚାଲାଣକାରୀ ଗିରଫ ଓ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୫/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ଗ୍ରାମ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ କରୁଥିବା ଜାଣିଥିଲେ । ସୁଇଫ୍ଟ ଡିଜାର କାର ନଂ- ଓଡି ୦୨ ଏବି ୦୦୪୫ ରେ ଚାଲାଣ ହେଉଥିବା ୪୦.୩୫୦ କେଜି ଗଞ୍ଜେଇ ଥିବା ତଦନ୍ତରେ ଜଣାପଡ଼ିଥିଲା । ଗଞ୍ଜେଇ ସହ କାର ଜବତ କରି ଚାଲାଣକାରୀ ନବୀନ ପ୍ରଧାନଙ୍କୁ ଗିରଫ କରିଥିଲେ । ନବୀନ ଉକ୍ତ ଥାନା ଅନ୍ତର୍ଗତ କିଲାବାଡ଼ି ଗ୍ରାମର ବନବାସ ପ୍ରଧାନଙ୍କ ପୁଅ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ କେସ ନଂ୧୩୦/୨୩ରେ ମକଦମା ରୁଜୁକରି ନବୀନ ପ୍ରଧାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କୋୖଶିକ ମାଝୀ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.