ଇତିହାସ ରଚିଲା ଇସ୍ରୋ, ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ

ହାଇଦ୍ରାବାଦ : ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3। ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ 2ଟା 35ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-3।
ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର 16 ମିନିଟ ପରେ 180 କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଆସନ୍ତା ଅଗଷ୍ଟ 23 କିମ୍ବା 24ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ଯାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।
ଏଥିସହ ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ। LVM3-M4 ରକେଟ୍ ଯୋଗେ ଚନ୍ଦ୍ରପୃଷ୍ଠକୁ ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପ୍ରେରଣ କରାଯାଇଛି । ବିକ୍ରମ ଲ୍ୟାଣ୍ଡରରେ ଥିବା ଚାରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ, ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ସେ ବାବଦରେ ସୂଚନା ଦେବ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ।
ISRO ଅନୁଯାୟୀ, ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ଉପରେ ତିନୋଟି ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି। ସର୍ବପ୍ରଥମେ, ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଏବଂ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରଯାନ-୨ ମିଶନ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ସାମାନ୍ୟ ତ୍ରୁଟି ମିଶନକୁ ବିଫଳ କରିଦେଲା। ଏହା ପରେ, ISRO ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୁଇ ପ୍ରଥମ ସୋପାନ ଅତିକ୍ରମ କଲେ ବୈଜ୍ଞାନିକମାନେ ଚନ୍ଦ୍ର ଉପରେ ଅନେକ ପରୀକ୍ଷା-ନୀରିକ୍ଷା କରିବାକୁ ଚାହାଁନ୍ତି। ଏଥିପାଇଁ ଚନ୍ଦ୍ରଯାନ-୩ ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ଅନେକ ଯନ୍ତ୍ର ପଠାଯିବ। ଏକ ସ୍ୱତନ୍ତ୍ର ଯନ୍ତ୍ର ମହାକାଶକୁ ପ୍ରେରଣ କରାଯିବ, ଯାହା ଜହ୍ନ ରାଇଜରୁ ପୃଥିବୀ ଉପରେ ବିଶେଷ ନଜର ରଖିବ।
ଏହି ପରୀକ୍ଷଣ ସଫଳ ହେଲେ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବନସତ୍ତା ସମ୍ଭବ କି ନାହିଁ, ଜାଣିବା ସହଜ ହେବ। ରିପୋର୍ଟ ଅନୁଯାୟୀ, ବିକ୍ରମ ଲ୍ୟାଣ୍ଡରର ଚାରୋଟି ପେ ଲୋଡ୍ ରହିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅଛି। ଏକ ଯନ୍ତ୍ର ଏହାକୁ ଅଧ୍ୟୟନ କରିବ। ଦ୍ୱିତୀୟ ଯନ୍ତ୍ର ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ। ତୃତୀୟ ଯନ୍ତ୍ର ପ୍ଲାଜମା ପରିବେଶ ଅଧ୍ୟୟନ କରିବ। ଚତୁର୍ଥ ଯନ୍ତ୍ରଟି ଜାଣିବ ଯେ, ଚନ୍ଦ୍ରପୃଷ୍ଠ କିପରି ଏହା ମାଧ୍ୟମରେ ଉତ୍ତାପକୁ ପ୍ରବାହିତ କରେ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନକୁ ବୁଝିବା ପାଇଁ ବ୍ୟବହୃତ ହେବ।
ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ସ୍ଥାନକୁ ଅବତରଣ ପାଇଁ ଚୟନ କରାଯାଇଛି। ଏହି ଅଞ୍ଚଳରେ ଛାୟା କ୍ରାଟର ଅଛି, ଯେଉଁଥିରେ ଜଳ ଅଣୁ ରହିଥିବାର ସମ୍ଭାବନା ରହିଛି।
ଚନ୍ଦ୍ରଯାନ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, “ଏହା ବାସ୍ତବରେ ଭାରତ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ। ଭାରତକୁ ଗର୍ବିତ କରିଥିବାରୁ ଇସ୍ରୋ ଟିମକୁ ଧନ୍ୟବାଦ।”

nis-ad
Leave A Reply

Your email address will not be published.