୨୭ବର୍ଷ ବୟସରେ ପଦାର୍ପଣ କଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୨୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୁଲାଇ ୪ ତାରିଖରେ ତାଙ୍କର ଜନ୍ମଦିନ ଥିଲା। ଛତ୍ରପୁରଠାରୁ ୩୫କିମି ଦୂର ବାଗେଶ୍ବରରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ ପରେ ଏବେ ବାବା ନୋଏଡାରେ ପହଞ୍ଚିଛନ୍ତି। ଏଠାରେ ଜୁଲାଇ ୧୬ପର୍ଯ୍ୟନ୍ତ ରହି ସେ ନିଜ ଭକ୍ତଙ୍କୁ ପ୍ରବଚନ ଶୁଣାଇବେ। ତାଙ୍କ ପ୍ରବଚନ ଶୁଣିବା ପାଇଁ ଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି। ଗୋଟିଏ ଦିନରେ ସେ ନିଜର ଅନେକ ଭକ୍ତଙ୍କୁ ଭେଟୁଥିବା ବେଳେ ନିଜ ପାଇଁ ଖୁବ କମ ସମୟ କାଢ଼ିପାରନ୍ତି ବାବା ବାଗେଶ୍ବର। ଏଭଳି ସ୍ଥିତିରେ ସେ ଗୋଟିଏ ଦିନରେ କ’ଣ ସବୁ ଖାଦ୍ୟ ଖାଆନ୍ତି, ତାହା ଆପଣ ଜାଣନ୍ତି କି?
ଏବିଷୟରେ ନିଜେ ବାବା ବାଗେଶ୍ବର କିଛି ଦିନ ତଳେ ଜଣାଇଥିଲେ। ସେ କହିଥିଲେ ଯେ, ପ୍ରଥମେ ମୁଁ ଦିନରେ ବି ରୁଟି ଖାଉଥିଲି। ହେ‌ଲେ ଏବେ ଅଭ୍ୟାସ ବଦଳିଛି। ଦିନରେ ଫଳ ଖାଇବା ସହ ରାତିରେ ରୁଟି ନହେଲେ ଭାତ ଖାଉଛି। ମୋତେ ଚା’ ପିଇବା ବହୁତ ପସନ୍ଦ। ଆଗରୁ ଦିନକୁ ୩୦-୪୦କପ ଚା’ ମୁଁ ପିଉଥିଲି। ହେଲେ ଏବେ ଚା’ ପିଇବା କମ କରିଦେଇଛି।

ତେବେ କିଛି ଦିନ ତଳେ ବାବାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଯେ, ବାଗେଶ୍ବର ବାବାଙ୍କ ଉପରେ ଟଙ୍କା ବର୍ଷା ହେଉଥିବା ବେଳେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ତାଳି ବଜାଇଥିଲେ। ୨୦୦-୨୦୦ଟଙ୍କିଆ ‌ନୋଟ ବାବାଙ୍କ ଉପରେ ଭକ୍ତମାନେ ଖୁସି ହୋଇ ଉଡାଇଥିଲେ। ତାଙ୍କ ଜନ୍ମଦିନ ପାଳନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

nis-ad
Leave A Reply

Your email address will not be published.