‘ଏନ୍‌ଡିଏ’ରେ ମିଶିବ କି ‘ଏଲ୍‌ଜେପି’: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ‌ରାୟଙ୍କୁ ଭେଟିଲେ ଚିରାଗ ପାସ୍‌ୱାନ୍‌

ନୂଆଦିଲ୍ଲୀ: ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସ୍‌ୱାନ୍‌ ‘ଏନ୍‌ଡିଏ’ ସହିତ ଯୋଗ ଦେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଚିରାଗ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି।
ଚିରାଗଙ୍କୁ ଭେଟିବା ପରେ ନିତ୍ୟାନନ୍ଦ ରାୟ କହିଛନ୍ତି, ଏ ଆମର ପୁରୁଣା ଘର। ଏକତ୍ର ହେଲେ ଭାରି ଭଲ ଲାଗେ। ଜନ କଲ୍ୟାଣ ପାଇଁ ରାମ ବିଳାସ ପାସ୍‌ୱାନ୍‌ ଓ ‘ବିଜେପି’ କାମ କରିଥ‌ିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଭୟରେ ବିରୋଧୀମାନେ ଏକତ୍ର ହେଉଛନ୍ତି। ନା ସେମାନଙ୍କର ନେତା ଅଛନ୍ତି, ନା କୌଣସି ନୀତି ଅଛି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ନୀତି, ସେବା ଓ ନେତୃତ୍ବ ବିଷୟରେ ଶିକ୍ଷା ଲାଭ କରିବା ଉଚିତ।
ସେହିପରି, ଚିରଗ ପାସୱାନ୍‌ ବି ଆଜି ପାଟନା କାର୍ଯ୍ୟାଳୟରେ ଜାତୀୟ ଓ ରାଜ୍ୟ କାର୍ଯ୍ୟନିର୍ବାହୀଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହେବ। ଜୁଲାଇ ୧୮ ତାରିଖ ଦିନ ‘ବିଜେପି’ ନେତୃତ୍ବାଧୀନ ‘ଏନ୍‌ଡିଏ’ ଆୟୋଜନ କରିବାକୁ ଥିବା ବୈଠକରେ ବି ତାଙ୍କ ଦଳ ଯୋଗଦେବ।
ଉଲ୍ଲେଖଯୋଗ୍ୟ, ପ୍ରାୟ ମାସେ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ ଚିଠି ଲେଖିଥିଲେ ନୂଆ ସଂସଦ ଭବନର ଉଦ୍‌ଘାଟନ ହେଉଛି ବିକଶିତ ଭାରତ ପ୍ରତି ଏକ ପଦ‌କ୍ଷେପ। ଏହି ଚିଠିରେ ସେ ସଂସଦ ଭବନ ଉଦ୍‌ଘାଟନ ଉତ୍ସବକୁ ବର୍ଜନ କରିଥିବା ୧୯ ବ‌ିରୋଧୀ ଦଳଙ୍କୁ ମଧ୍ୟ ନିନ୍ଦା କରି ନି‌ଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ।

nis-ad
Leave A Reply

Your email address will not be published.