ବର୍ଷ ବିତ୍ପାତ ପାଇଁ ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ କଲେ କେଜ୍ରିଓ୍ବାଲ, ହିମାଚଳରେ ଭୁଶୁଡିଲା ୪୦ବର୍ଷ ପୁରୁଣା ବ୍ରିଜ୍

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। ଏହା ସହ ହିମାଚଳର ମଣ୍ଡିରେ ୪୦ବର୍ଷ ପୁରୁଣା ବ୍ରିଜ୍ ଧୋଇଯିବାର ଭିଡିଓ ଏବେ ସାମ୍ନାକୁ ଅସିଛି। ବିସ୍ ନଦୀରେ ଜଳସ୍ତର ବଢ଼ିବା ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ହିମାଚଳ ସହ ଦିଲ୍ଲୀରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।
ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ୧୯୮୨ ପରଠାରୁ ଜୁଲାଇ ମାସରେ ଦିଲ୍ଲୀରେ ଏତେ ପରିମାଣରେ ବର୍ଷା ହୋଇନଥିଲା। ଏହାକୁ ଆଖି ଆଗରେ ରଖି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ କରିଛନ୍ତି। ଛୁଟି ବାତିଲ କରି ସମସ୍ତଙ୍କୁ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ।
ଟ୍ବିଟ କରି ସେ କହିଛନ୍ତି, “ଲଗାଣ ବର୍ଷା ଯୋଗୁଁ ଲୋକମାନେ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ଆଜି ଦିଲ୍ଲୀର ସମସ୍ତ ମନ୍ତ୍ରୀ ଏବଂ ମେୟର ପ୍ରଭାବିତ ଅଞ୍ଚଳର ଯାଞ୍ଚ କରିବେ। ସମସ୍ତ ଅଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନଙ୍କର ରବିବାର ଛୁଟି ବାତିଲ କରାଯାଇଛି।”

nis-ad
Leave A Reply

Your email address will not be published.