ଗଳାକାଟି ନୃଶଂସ ହତ୍ୟା କରିବା ଘଟଣାରେ ୨ ଜଣଙ୍କୁ କୋର୍ଟ ଚାଲାଣ…


ଦାରିଙ୍ଗବାଡ଼ି, ୬/୭, ଦାରିଙ୍ଗ ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଗତ ଦୁଇ ତାରିଖରେ ଗଡମା ଗାଁରେ ନୃଶଂସ ଭାବେ ଗଳାକାଟି ହତ୍ୟା କରିଥିବା ଘଟଣାରେ ଆଜି ବ୍ରାହ୍ମଣୀଗାଁ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଫରୱାଡ଼ କରିଥିବା ଥାନ ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ୨ଜଣ ହତ୍ୟାକାରୀ ହେଲେ ଗଡମା ଗ୍ରାମ ନିବାସୀ କାଡମ୍ବାସା ପାଟମାଝୀ (୩୦) ଓ ସୁରେନ୍ଦ୍ର ପାଟମାଝୀ ଓରଫ ହାଣ୍ଡି (୨୮)। ଥାନା ପକ୍ଷରୁ କେସ ନଂ ୭୮/୨୩, ଧାରା ୩୦୨/୩୪ ରେ ହତ୍ୟାକାରୀଙ୍କୁ କୋଟ ଫରୱାଡ଼ କରା ଯାଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ରହିଛି ଯେ ୨୦୧୦ ସାଲରେ କାଡ଼ମ୍ବାସା ମାଝୀର ବାପା କାମ୍ବୀ ପାଟମାଝୀ ଙ୍କୁ ଗୁଣି କରୁ ଥିବା ସନ୍ଦେହ କହି ଗଡମା ଗ୍ରାମବାସୀ ସମୂହଙ୍କ ଉପସ୍ଥିତିରେ ଗାଁ ସଭାରେ ଗଳା କାଟି ହତ୍ୟା କରି ପୋଡି ଦିଆ ଯାଇଥିଲା। ସେହି ସମୟରେ ମହେଶ୍ୱର ମାଝୀ ଗ୍ରାମ ମୁଖିଆ ରହିଥିଲେ। ସେହି ଦିନଠାରୁ ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ସିଦ୍ଧାନ୍ତ ନେଇଁ ଦୀର୍ଘ ୧୩ ବର୍ଷ ପରେ ଚଳିତ ମାସ ଗତ ଦୁଇ ତାରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ୩୦ ମିନଣ୍ଟରେ କାଡ଼ମ୍ବାସା ଓ ହାଣ୍ଡି ମିଶି ଧାରୁଆ ଛୁରୀରେ ଗଳା କାଟି ମହେଶ୍ଵରକୁ ହତ୍ୟା କରି ପାରିଥିବା ପ୍ରକାଶ କରିଥିବା ସୂଚନା ରହିଛି। ପ୍ରକାଶ ଥାଉକି ପ୍ରାପ୍ତ ସୂଚନା ପ୍ରକାରେ ମୃତ୍ୟୁ ମହେଶ୍ୱର ମାଝି ଗତ ଦୁଇ ତାରିଖ ଦିନ ନିଜ ସ୍ତ୍ରୀଙ୍କୁ ଘରଇ କାମରେ ସାହାଯ୍ୟ କରିବା ପରେ ବିଳମ୍ବିତ ସନ୍ଧ୍ୟା ସମୟରେ ସାହି ନିକଟରେ ଥିବା ତଥା ବିଲ ପାଖରେ ରହିଥିବା ଚୁଆଁ ପାଖକୁ ଶୌଚ କରିବା ଉଦ୍ଧେଶ୍ୟରେ ଯାଇଥିଲେ କିନ୍ତୁ ସେଠାରୁ ସେ ଫେରି ନଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ତଥା ପୁଅ ସାନୁରଞ୍ଜନ ଓ ଅନ୍ୟ ମାନଙ୍କୁ ନେଇ ଖୋଜାଖୋଜି କରିବା ପରେ ଏକ ବିଲ ପାଖ ବୁଦା ନିକଟରେ ରକ୍ତ ଜୁଡ଼ୁ ବୁଡ଼ୁ ମୃତ ଦେହକୁ ଠାବ କରିଥିଲେ । ଏହାପରେ ସାନୁରଞ୍ଜନ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରାହ୍ମଣୀଗାଁ ଥାନାକୁ ଲିଖିତ ଭାବରେ ଜଣାଇଥିଲେ।ଖବର ପାଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଓ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଏକ ପୋଲିସ ବାହିନୀ ଧରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲେ । ଏହାପରେ ଥାନା ଅଧିକାରୀଙ୍କ ସୂଚନାରେ ଘଟଣା ସ୍ଥଳରେ ଏକ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଥିଲା। ହେଲେ ମହେଶ୍ୱର ହତ୍ୟାର ୫ ଦିନ ମଧ୍ୟରେ ବ୍ରାହ୍ମଣୀଗାଁ ପୋଲିସ ହତ୍ୟାକାରୀ ଙ୍କୁ ଠାବ କରି ଗିରଫ କରି କୋର୍ଟ ଫରୱାଡ଼ କରିବାରେ ସଫଳ ହୋଇଛି।

nis-ad
Leave A Reply

Your email address will not be published.