ରାହୁଲଙ୍କୁ ଝଟକା: ଦୁଇବର୍ଷ ଜେଲ ଦଣ୍ଡାଦେଶ କାଏମ, ଫେରିପାଇବେନି ସଂସଦର ସଦସ୍ୟତା ପଦ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କୁ ଗୁଜରାଟ ହାଇକୋର୍ଟ ଝଟକା ଦେଇଛନ୍ତି। ସୁରଟ କୋର୍ଟ ନିଷ୍ପତ୍ତିକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟଙ୍କ କହିବାନୁଯାୟୀ, ଟ୍ରାଏଲ କୋର୍ଟଙ୍କ ଆଦେଶ ଉଚିତ । ସେହି ଆଦେଶରେ ହସ୍ତକ୍ଷେପ କରିବା କୌଣସି ଆବଶ୍ୟକତା ନାହିଁ । ତେଣୁ ଆବେଦନ ଖାରଜ କରାଯାଉଛି । ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ରାହୁଲ ଏବେ ୨୦୨୪ ଲୋକସଭା ନିର୍ବାଚନ ଲଢିପାରିବେନି । ପୂର୍ବରୁ ତାଙ୍କୁ ଲୋକସଭା ସଦସ୍ୟତା ପତ ରଦ୍ଦ ହୋଇସାରିଛି । ତେବେ ରାହୁଲ ହାଇକୋର୍ଟଙ୍କ ଆଦେଶ ବିପକ୍ଷରେ ସୁପ୍ରିମକୋର୍ଟରେ ଅପିଲ କରିପାରନ୍ତି ।

୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ମୋଦି ସାଙ୍ଗିଆ ପ୍ରସଙ୍ଗରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଗୁଜରାଟର ସୁରଟର ଜିଲ୍ଲା କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ। ଜେଲଦଣ୍ଡ ଘୋଷଣା ସହିତ ବିଚାରପତି ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଯାଇ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଏ ପ୍ରସଙ୍ଗରେ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଥିଲେ କୋର୍ଟ।

ସୂଚନାଯୋଗ୍ୟ, ୨୦୧୯ର ଏହି ନିର୍ବାଚନୀ ସଭାରେ ମୋଦି ସାଙ୍ଗିଆକୁ ନେଇ କଟୁକ୍ତି ପ୍ରକାଶ କରିଥିବା ରାହୁଲଙ୍କ ବିରୋଧରେ ରାୟ ପ୍ରକାଶ କରି ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାହୁଲଙ୍କ ଏହି ବୟାନ ପୂରା ମୋଦି ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ଏକ ମାନହାନି ମାମଲା ରୁଜୁ କରିଥିଲେ । ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ପଦ ହରାଇଥିଲେ ।

nis-ad
Leave A Reply

Your email address will not be published.