ହାତିମୁଣ୍ଡା ଗ୍ରାମ ପଂଚାୟତରେ ବିଡ଼ିଓଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୦୫/୦୭ : ରାଜ୍ୟ ସରକାର ଫାଇଭ-ଟି ର ଚତୁର୍ଥ ପର୍ଯ୍ୟାୟରେ ଦାରିଙ୍ଗବାଡ଼ି ବ୍ଲକର ୧୫ ଗୋଟି ଶିକ୍ଷା ଅନୁଷ୍ଠାନର ରୂପାନ୍ତକରଣ ପାଇଁ ଅର୍ଥ ମଞ୍ଜୁର କରିଥିବା ସହିତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜ,ଦାରିଙ୍ଗବାଡ଼ି ସ୍ଥିତ ଡ଼. ବିଆର ଆମ୍ବେଦକର ଯୁକ୍ତ ଦୁଇ କଲେଜ ସହିତ ବ୍ଲକର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଫାଇଭ-ଟି ରେ ଅନ୍ତର୍ଭୁକ୍ତ ହୋଇଛି । ଏହି ପରି ପ୍ରେକ୍ଷୀରେ ବିଡିଓ ଗଦାଧର ପାତ୍ରଙ୍କ ସହିତ ସହକାରୀ ଯନ୍ତ୍ରୀ ଶିଶିର ପାତ୍ର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଯୁକ୍ତ ଦୁଇ ଅଧ୍ୟକ୍ଷ ଦେବରାଜ ବଳିୟାରସିଂ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଭାସ୍କର ଚନ୍ଦ୍ର ନାୟକଙ୍କ ସହିତ ଉଭୟ କଲେଜର ରୂପାନ୍ତ କରଣ ନେଇଁ ଆଲୋଚନା କରିଥିବା ଜଣାପଡିଛି। ଏହା ପରେ ବିଡିଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ମହକୁମାରେ ପହଞ୍ଚି, ସରପଞ୍ଚ ନବନିତା କପାଟ ପାତ୍ରଙ୍କ ସହଯୋଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଜନ ସମୂହକୁ ସଚେତନ କରିଥିବା ଖବର ହସ୍ତଗତ ହୋଇଛି। ସେହି ଭଳି ହାତିମୁଣ୍ଡା ପଂଚାୟତ ଅଧିନସ୍ତ କସବସା ଓ ତାମାଙ୍ଗି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଗ୍ରାମ ବାସୀ, ଜନ ପ୍ରତିନିଧି ଓ ଉଚ୍ଚ ବିଦ୍ୟାଳୟର ପଧାନ ଶିକ୍ଷକଙ୍କ ସହିତ ବିଦ୍ୟାଳୟ ରୂପାନ୍ତ କରଣ ନେଇଁ ଆଲୋଚନା କରିବା ସହିତ ଗଦାପୁର ଗ୍ରାମ ପଂଚାୟତ ଅଧିନସ୍ତ ଢୁସାରି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାମ ସମ୍ପର୍କରେ ଆଲୋଚନା କରି ବ୍ଲକ ମହକୁମା ଫେରିଥିବା ଖବର ହସ୍ତ ଗତ ହୋଇଛି।

nis-ad
Leave A Reply

Your email address will not be published.