ଯୁବସଂସ୍କାର କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ.ଏମ.ସି.ଏସ ମହାବିଦ୍ୟାଳୟ ରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଅନ୍ତର୍ଜାତୀୟ ମାଇଣ୍ଡ ଏଜୁକେସନ ସଂଗଠନର ପରିଚାଳକ, ସଂଯୋଜିକା ସୁପ୍ରଭା ପ୍ରଧାନ ଓ ବୌଦ୍ଧିକ ଶିକ୍ଷକ ଶ୍ୱେତଲାଲ ଶିକାଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ଓ ନୈତିକ ମୂଲ୍ୟବୋଧର କିପରି ବିକାଶ ଘଟିବ ପ୍ରୋଜେକ୍ଟର ମାଧ୍ୟମରେ ଯୋଗ ଓ ନୈତିକ ମୂଲ୍ୟବୋଧ ଉପରେ ଛବିଦେଖେଇ ସଚେତନ କରିଥିଲେ | ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ, ସନ୍ତୋଷ ରଥ, ଶଙ୍କର ପାଢ଼ୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ମତିଷ୍କ କିପରି ସ୍ଥିର ଓ ଚଞ୍ଚଳତା ହବନାହିଁ ବକ୍ତବ୍ୟ ରଖିଥିଲେ, ମାଇଣ୍ଡ ଏଜୁକେସନର କାବ୍ୟ ସାହାଣୀ, ଆସମା ନାୟକ, ପ୍ରୀତି ସାହାଣୀ ନୃତ୍ୟ ମାଧ୍ୟମରେ ସଚେତନ କରିଥିଲେ l

nis-ad
Leave A Reply

Your email address will not be published.