ବ୍ରାହ୍ମଣୀଗାଁ ଫାଇଭ-ଟି ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଶହେ ଛାତ୍ରୀ ରହୁଥିବା ଛାତ୍ରୀନିବାସରେ ଉତ୍କଟ ପାନୀୟ ଜଳ ସମସ୍ୟା

ଦାରିଙ୍ଗବାଡ଼ି, ୦୫/୦୭ : ରାଜ୍ୟ ସରକାର ଫାଇଭ- ଟି ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତ କରଣ କରି ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରିବା ସହିତ ଆବଶକୀୟ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ହେଲେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଯାହାକି ବିଦ୍ୟାଳୟ ଓ ଛାତ୍ରୀ ଅନ୍ତେବାସରେ ଉତ୍ତକଟ ଜଳ ସମସ୍ୟା ରହିଥିବା ଖବର ହସ୍ତ ଗତ ହୋଇଛି। ଏହି ଛାତ୍ରୀ ନିବାସରେ ଅନୁସୂଚୀତ ଜାତି ଓ ଜନଜାତିର ଏକସହ ଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ଓ ଅନ୍ତେବାସରେ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜଳର ଉତ୍ତକଟ ସମସ୍ୟାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଥାଉକି ବିଦ୍ୟାଳୟ ଓ ଛାତ୍ରୀ ନିବାସକୁ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜଳ ଯୋଗାଇ ବାକୁ ଯାଇ ,ଏକ କିଲୋମିଟରରୁ ଅଧିକ ଦୂରରେ ଥିବା ଡଗ ଉଏଲ କୂଅ ଯାଏଁ ପାଇପ ବିଛାଇ ସୋଲାର ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରା ଯାଇଥିଲା। ବ୍ରାହ୍ମଣୀଗାଁ ରାସ୍ତା ପ୍ରଶସ୍ତ କରଣ କାର୍ଯ୍ୟ ଚାଲୁ ରହିଥିବାରୁ ପାଣି ପାଇପ କଟି ଯିବା ଫଳରେ ବିଦ୍ୟାଳୟ ଓ ଛାତ୍ରୀ ଅନ୍ତେବାସକୁ ଜଳ ଯୋଗାଣରେ ବ୍ୟତିକ୍ରମ ଘଟିଛି। ଏହି ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ ଜଳ ଓ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିବା ସୂଚନା ରହିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗ୍ରାମପଞ୍ଚାୟତ ସରପଂଚଙ୍କୁ ଲିଖିତ ଜଣାଇବାକୁ କହି ନିଜ ଦାଇତ୍ୱରୁ ଓହରି ଯାଇଥିବା ବେଳେ, ଅନ୍ତେବାସରେ ରହୁଥିବା ଛାତ୍ରୀ ସମୁହଁ ଜଳ ସଂକଟରେ ରହି ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଜଣାପଡିଛି। ଏଣୁ ବ୍ଲକ ପ୍ରଶାସନ ସହିତ ଜିଲା ପ୍ରଶାସନ ଅତି ଶୀଘ୍ର ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଲାଗି ରହିଥିବା ଜଳ ସମସ୍ୟା ଦୂର କରିବା କୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.