ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରାଯାଇଛି । ଏସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ସବୁଠୁ ବଡ ଆହ୍ୱାନ । ଆଜିର ସମୟରେ ଏହାକୁ ବାସ୍ତବ ରୂପ ଦେବା ପାଇଁ ସାମାଜିକ ଗଣମାଧ୍ୟମ ହେଉଛି ସବୁଠୁ ବଡ ମାଧ୍ୟମ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ୍ ଇଂଜିନ ସରକାର ଦ୍ୱାରା ବିକାଶ କାର୍ଯ୍ୟ ଆହୁରି ଅଧିକ ବେଗରେ ଲକ୍ଷ୍ୟ ଧାର୍ଯ୍ୟ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଯୁବମୋର୍ଚ୍ଚା ସାମାଜିକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଆଇଟି ସଂଯୋଜକ ଶ୍ରୀ କପିଲ ପରମାର ଯୋଗ ଦେଇ ଫେସବୁକ୍, ୟୁଟୁ୍ୟବ୍, ଟୁଇଟର୍, କୁ, ଇନଷ୍ଟାଗ୍ରାମ୍ ଆଦି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ବ୍ୟବହାର କରି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଂଚାଇବାକୁ ଆହ୍ୱାନ ଦେଇଛନ୍ତି ।

ଆଜି ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆଇଟି ଦାୟୀତ୍ୱରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ସାମାଜିକ ଗଣମାଧ୍ୟମକୁ ଆହୁରି ଅଧିକ କ୍ରୀୟାଶୀଳ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଟ୍ରେନିଂ ଦିଆଯାଇଥିଲା । ମୋଦି ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସାମାଜିକ ଗଣମାଧ୍ୟମକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।

ଏହି କର୍ମଶାଳାରେ ସାଂସଦ ଜୁଏଲ ଓରାମ, ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଆଇଟି ସଂଯୋଜକ ସ୍ୱୟଂପ୍ରକାଶ ବରାଳ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର ଓ ଦୀପକ ଗୋଚ୍ଚାୟତ, ଯୁବମୋର୍ଚ୍ଚା ରାଜ୍ୟ ଆଇଟି ସଂଯୋଜକ ସ୍ମରଜିତ୍ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.