ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ବାସ୍ଥ୍ୟ କେନ୍ଦ୍ର

ଦାରିଙ୍ଗବାଡି (୪/୭) : ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର । ଛାତର ସିମେଣ୍ଟ ଅତଡ଼ା ଖସି ଗଲାଣି । ଲୁହା ରଡ଼ ବାହାରି ପଡ଼ିବା ସହ କାନ୍ଥରେ ବଡ ବଡ ଫାଟ ଦେଖା ଗଲାଣି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି କିଛି ଏଭଳୀ ଦୃଶ୍ୟ । ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ୪୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡେଲିଭେରି ପଏଣ୍ଟ ରହିଛି । ପ୍ରତି ମାସରେ ୪ ରୁ ୫ ଜଣ ପ୍ରସବ ହେଉଛନ୍ତୀ । ହେଲେ ଆଜି ପର୍ଯ୍ୟନ୍ତ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁ ନାହି ।

ଏହି ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଏଏନଏମ ଓ ଜଣେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ଏଏନଏମ ଅଞ୍ଜନା ଦିଗାଲ ବିପଦ ସଙ୍କୁଳ ଅବସ୍ଥାରେ ରହୁଥିବା ବେଳେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ କୌଣସି ରହିବାର ବ୍ୟବସ୍ଥା ନାହି । ୪୦ ବର୍ଷ ମଧ୍ୟରେ ୪ ଥର ହେବ ମରାମତି ହୋଇଥିବା ବେଳେ ବର୍ତମାନ ଗୃହ ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ରହିଛି। ଏନେଇ ଏଏନଏମ ଅଞ୍ଜନା ଦିଗାଲ ନୂତନ ଗୃହ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ ହେଉନାହିଁ । ଏଣୁ ନୂତନ ଉପ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାକୁ ଦାବି ହୋଇଛି ।

nis-ad
Leave A Reply

Your email address will not be published.