ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଂଗମ, ଫୁଲବାଣୀ ତରଫରୁ ଭୁବନେଶ୍ବରର ଭଞ୍ଜ କଳା ମଣ୍ଡପ ଠାରେ ସାମାଜିକ ନାଟକ” ସୂର୍ଯ୍ୟୋଦୟ ପୂର୍ବେ ” ମଞ୍ଚସ୍ଥ ହୋଇଯାଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ମଞ୍ଚ ନାଟକ ପରିବେଷଣ ପାଇଁ ବନାନୀ କଳା ସଂଗମର ପ୍ରଚେଷ୍ଟା ସାକାର ହୋଇଛି। ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ନାଟକ ” ସୂର୍ଯ୍ୟୋଦୟ ପୂର୍ବେ ” ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନରେ ଦୁଇଦିନ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ଆଦର ସାଉଁଟିବା ପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟକ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରର ଭଞ୍ଜ କଳା ମଣ୍ଡପ ଠାରେ ମଞ୍ଚସ୍ଥ ହୋଇ ବିପୁଳ ପ୍ରଶଂସା ସାଉଁଟିଥିଲା। ସେଠାରେ ଉପସ୍ଥିତ ବହୁ ନାଟ୍ୟ ସମାଲୋଚକ,ନିର୍ଦ୍ଦେଶକ, ପ୍ରଯୋଜକ ଏବଂ କଳାକାରଙ୍କ ଉତ୍ସାହ ଫୁଲବାଣୀ କଳାକାର ଓ ପରିଚାଳକଙ୍କ ମନୋବଳକୁ ବଢାଇଥିଲା। ବୟସ୍କ ପିଡା,ମାତାଙ୍କ ପ୍ରତି ଆଜିର ଯୁବପିଢିଙ୍କ ଅବହେଳା ଓ ପରବର୍ତ୍ତୀ ସମୟରେ ପଶ୍ଚାତାପ ଉପରେ ଆଧାରିତ ଏହି ନାଟକର ବିଷୟବସ୍ତୁ ଦର୍ଶକଙ୍କ ଆଦର ଲାଭ କରିଥିଲା। ଫୁଲବାଣୀର ସୁକାନ୍ତ ବେହେରା,ସୁର ନାୟକ, ଯୁଧିଷ୍ଠିର ମହାନ୍ତି, ବିନୋଦ ସାହୁ, ବିଭୂତି ପଣ୍ଡା, ନବୀନ ପଣ୍ଡା, ଚନ୍ଦନ ନାୟକ, ବୁଲୁ ବିଷୋୟୀ,ଟିକିନା ଓ ସସ୍ମିତା ରାଉତଙ୍କ ବଳିଷ୍ଠ ତଥା ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବନାନୀ କଳା ସଂଗମର ସଂପାଦକ ତଥା ନାଟକ ନିର୍ଦ୍ଦେଶକ ଡ. ଅରୂପ ଜେନା ଓ ବରିଷ୍ଠ ଆଇନଜୀବୀ ତଥା ସହ ନିର୍ଦ୍ଦେଶକ ବିଜୟ ପଟ୍ଟନାୟକଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏବଂ ସଂଯୋଜକ ସୁନୀଲ୍ ପଟ୍ଟନାୟକ ଓ ବ୍ୟବସ୍ଥାପକ ଅଶୋକ ପରିଡାଙ୍କ ସଫଳ ପରିଚାଳନା ହେତୁ ଏହି ନାଟକ ସଫଳତା ହାସଲ କରିଥିଲା।ଏହି ନାଟକ ମଞ୍ଚସ୍ଥ ସମୟରେ ବହୁ ଜଣାଶୁଣା ନାଟ୍ୟକାର, ନିର୍ଦ୍ଦେଶକ, ନାଟ୍ୟ ସଂଗଠକ, ସମୀକ୍ଷକ ତାଙ୍କ ଦୃଷ୍ଟିକୋଣରୁ ନାଟକଟି ପ୍ରତି ଅନୁକୂଳ ମତ ରଖିଥିଲେ।ସେମାନଙ୍କ ମଧ୍ୟରୁ ସଫଳ ନାଟ୍ୟକାର ,ନିର୍ଦ୍ଦେଶକ, ସମୀକ୍ଷକ ସର୍ବଶ୍ରୀ ହରେନ୍ ସାହୁ, ପ୍ରଦୀପ ବିଶ୍ଵାଳ, ଶରତ ସମ୍ରାଟ, ପ୍ରକାଶ ମହାରଣା, ଧୀର ବଶ।, ସୁଧୀର ମିଶ୍ର, ସତ୍ୟ ଜେନା, ଶୁଭଙ୍କର ପ।ଢ଼ି, ଡ଼ଃ ନିବେଦିତା ଜେନା, ରାଜୁ ପ।ଢ଼ି, ଇଂ. ମନୋଜ ଦଣ୍ଡପ।ଟ, ମନୋଜ ପଟ୍ଟନାୟକ,ଡ଼ଃ. ସଞ୍ଜୟ ହାଥି, ବିଜୟ ପାଣିଗ୍ରାହୀଙ୍କ ସମେତ ଶ୍ୱତପଦ୍ମ।, ପ୍ରୟାସ, ଚେତନା, ପଞ୍ଚମ ବେଦ, କଳାର ପୂଜାରୀ ଓ ଅନ୍ୟ ସଂଗଠନ ଗୁଡ଼ିକ ଅନୁକୂଳ ମତ ରଖିଥିଲେ। ବନାନୀ କଳା ସଂଗମ, ଫୁଲବାଣୀର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.
Next Post