ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ମାଲକାନଗିରି, (୦୧/୦୭/) : ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରିଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୁଟିଗୁଡ଼ା ମାଧ୍ୟମିକ ଇଂରାଜୀ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଛି। ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜୁଲାଇ ୯ ରେ କନିଷ୍ଠ ବର୍ଗ ଓ ଜୁଲାଇ ୧୬ ରେ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୦ଟାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ବର ଠାରେ ପ୍ରତିଯୋଗିତା ଆୟୋଜନ ହେବ।

ସୂଚନା ଥାଉ କି, ରାଜ୍ୟ ସ୍ତରରେ କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସେହିପରି ଜିଲ୍ଲା ସ୍ତରରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଆଜିର ପ୍ରତିଯୋଗିତାରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ, ପ୍ରମିଳା ମାଝୀ, ଓଡିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ, କିଶୋର ପ୍ରଧାନ, ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ, ରବୀନ୍ଦ୍ରନାଥ ଧର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୌରାଙ୍ଗ ସାଜନ, ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାକୁ ଆୟୋଜନ କରିବାରେ ସିଆର୍ସି, ରାମ ପ୍ରସାଦ ପାଢ଼ୀ, ହରେକୃଷ୍ଣ କିର୍ତ୍ତନୀୟା, ରଞ୍ଜନ ମହାନ୍ତି, ଅସୀମ କୁମାର ମାଝୀ, ଅଙ୍ଗୁରବାଳା ସ୍ୱାଇଁ, ଜୟଶ୍ରୀ ସୁଆର ଏବଂ ପୁଷ୍ପଲତା ପଣ୍ଡା ସହାୟତା କରିଥିଲେ।

nis-ad
Leave A Reply

Your email address will not be published.