ମୋଦି-ପୁଟିନ୍‌ଙ୍କ ଭିତରେ କଥାବାର୍ତ୍ତା; ୟୁକ୍ରେନ୍ ଓ ରୁଷରେ ବିଦ୍ରୋହ ପ୍ରସଙ୍ଗ ଉଠିଲା

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଜି ୟୁକ୍ରେନ୍‌କୁ ନେଇ ଫୋନ୍‌ରେ ଆଲୋଚନା ହୋଇଛି। କ୍ରେମଲିନ ଏନେଇ ସୂଚନା ଦେଇଛି। ଅଲୋଚନା ବେଳେ ଦୁଇନେତା ସାଙ୍ଘାଇ ସହଯୋଗ ସଂଗଠନ ତଥା ଜି-୨୦ ଭିତରେ ସହଯୋଗ ନେଇ ଆଲୋଚନା କରିଥିଲେ। ଦୁଇପକ୍ଷ ପରସ୍ପର ସହ ସହଯୋଗ ନେଇ ମଧ୍ୟ ଅଲୋଚନା କରିଥିଲେ। ସେହିପରି ୨୪ ଜୁନ୍‌ରେ ରୁଷରେ ଦେଖାଦେଇଥିବା ବିଦ୍ରୋହ, ବର୍ତ୍ତମାନ ଶୃଙ୍ଖଳା ବ୍ୟବସ୍ଥା ଓ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ। ୟୁକ୍ରେନ୍‌ ସ୍ଥିତି ନେଇ ପୁଟିନ୍‌ କହିଛନ୍ତି ଯେ ଏହି ଯୁଦ୍ଧ ରାଜନୈତିକ କିମ୍ବା କୁଟନୈତିକ ଉଦ୍ୟମରେ ସମାଧାନ ହୋଇପାରିବ ନାହିଁ।
ସେହିପରି ଭାରତ-ରୁଷ ଭିତରେ ସାମରିକ ସହଯୋଗ, ପ୍ରମୁଖ ସମନ୍ୱୟ ପରିଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଅଲୋଚନା ହୋଇଥିଲା। ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ବ୍ୟବସାୟରେ ବୃଦ୍ଧି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ମୋଦି ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ ଓ ଗତ ବିଦେଶଗସ୍ତ ବିଷୟ ପୁଟିନ୍‌ଙ୍କୁ କହିଥିଲେ। ଦୁଇଦେଶ ନିଜନିଜ ଭିତରେ ସମ୍ପର୍କକୁ ମଜଭୁତ କରିବାକୁ ବିଶେଷ ଭାବେ ଅଲୋଚନା ହୋଇଥିବା କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.